କନକ ବ୍ୟୁରୋ : ସ୍କୁଟି ଚାଳକଙ୍କୁ ମହଙ୍ଗା ପଡ଼ିଲା ଟ୍ରାଫିକ୍ ଆଇନ ଉଲ୍ଲଘଂନ । ୨୬ ହଜାର ଟଙ୍କାର ଜରିମାନା କାଟିଲେ ପୋଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଏପରି ଜୋରିମାନା କରିଛି କମିଶନର ପୋଲିସ । ଗାଡ଼ି ଚାଳକ ଜଣଙ୍କ ନାବାଳକ ହୋଇଥିବା ବେଳେ ହେଲମେଟ ପିନ୍ଧି ନଥିଲେ । ଏପରିକି ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ ।
ନାବାଳକ ହୋଇଥିବାରୁ, ଡ଼୍ରାଇଭିଂଗ ଲାଇସେନ୍ସ ନଥିବାରୁ ଏବଂ ହେଲମେଟ ପିନ୍ଧି ନଥିବାରୁ ୨୬ ହଜାର ଟଙ୍କାର ବଡ଼ ଅଙ୍କର ଜରିମାନା କସିଛି ପୋଲିସ । କରୋନା ପାଇଁ କିଛି ମାସ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି । ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି । ଏବେ ଖଣ୍ଡଗିରି ଅଂଚଳରେ ନାବାଳକ ସ୍କୁଟି ଚାଳକ ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/21-8.jpg)