କମୁଛି ବଢୁଛି କରୋନା । ଦେଶରେ ୪୩ ହଜାର ୭୧ଟି ନୂଆ ପଜିଟିଭ୍ ମାମଲା, ଦିନକରେ ୯୫୫ ମୃତ ।

98

କନକ ବ୍ୟୁରୋ: ଦେଶରେ ଆଜି ବି ୪୦ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୪୩ ହଜାର ୭୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୯୫୫ ଜଣଙ୍କର ମୃତ ହୋଇଛି । ୫୨ ହଜାର ୨୯୯ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୨ କୋଟି ୯୬ ଲକ୍ଷ ୫୮ ହଜାର ୭୮ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗତ ୨୪ ଘଂଟାର ମୃତ୍ୟୁ ସଂଖ୍ୟା ୯୫୫କୁ ମିଶାଇ ମୋଟ ୪ ଲକ୍ଷ ୨ ହଜାର ୫ ଜଣଙ୍କ ଜୀବନ ନେଇ ସାରିଛି ଏ ଅଦୃଶ୍ୟ ଭୂତାଣୁ ।