ଭୟ ବଢାଉଛି କରୋନା । ଦେଶରେ ମୃତ୍ୟୁ ସଂଖ୍ୟା ୭ ହଜାର ୭ ଶହ ୪୫ : ଉହାନକୁ ଟପିଲା ମୁମ୍ବାଇ । ଉଦ୍ଧବ ଠାକରେଙ୍କ ଚେତାବନୀ, ନିୟମ ନ ମାନିଲେ ପୁଣି ବଢିବ ସଟଡାଉନ

415

କନକ ବ୍ୟୁରୋ : ଦେଶରେ କରୋନା ମୃତ୍ୟୁ ୭ ହଜାର ୭ ଶହ ୪୫ ଛୁଁଇଛି । ତେବେ ମହାରାଷ୍ଟ୍ରରେ କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ଆକାର ଧାରଣା କରିବାରେ ଲାଗିଛି । ବର୍ତମାନ ସୁଦ୍ଧା କରୋନାରେ ୩ ହଜାର ୨ ଶହ ପ୍ରାଣ ହରାଇଲେଣି । ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୯ ଜଣଙ୍କ ପ୍ରାଣ ଗଲାଣି । ଚୀନର ଉହାନକୁ ଟପିଯାଇଛି ମୁମ୍ବାଇ । ମୁମ୍ବାଇରେ ମୋଟ କରୋନା ମାମଲା ୫୧ ହଜାର ଅତିକ୍ରମ କରିଛି । ମୃତ୍ୟୁସଂଖ୍ୟା ୧୮ ଶହ ଟପିଲାଣି ।   ଉହାନରେ ମୋଟ ୫୦ ହଜାର ୩୪୦ ମାମଲା ସାମ୍ନାକୁ ଆସିଥିଲା ।  ଏହା ମହାରାଷ୍ଟ୍ର ସରକାରଙ୍କ ଚିନ୍ତାକୁ ବଢାଇଦେଇଛି ।

ଏଭଳି ସ୍ଥଳେ ମୁମ୍ବାଇରେ କୋଭିଡ ସ୍ଥିତି ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।  ରାଜ୍ୟରେ ବଢୁଥିବା  ସଂଖ୍ୟାକୁ ଦୃଷିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡା ଚେତାବନୀ ଦେଇଛନ୍ତି । ଆଗକୁ ଲୋକେ ନିୟମ ନ ମାନିଲେ  ପୁଣି ଲକଡାଉନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେଣୁ ସେ ଲୋକଙ୍କୁ ନିୟମ ମାନି ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ।