ଭୟ ବଢାଉଛି କରୋନା । ଦେଶରେ ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୮ ହଜାର, ମାତ୍ର ୨୪ ଘଂଟାରେ ୩୫୦ରୁ ଅଧିକ ମୃତ

236

କନକ ବ୍ୟୁରୋ : ଦେଶରେ କାୟା ବିସ୍ତାର କରିଚାଲିଛି କରୋନା ଭୂତାଣୁ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲାଣି ୮ ହଜାର । ଗୋଟିଏ ଦିନରେ ସର୍ବାଧିକ ୩୫୯ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୧୦୫କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଆସିଥିବା ତଥ୍ୟରୁ ଏହା ଜଣାପଡିଛି । ଏହି ରିପୋର୍ଟ ଆଧାରରେ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୫୯ ଜଣଙ୍କ ଜୀବନ ଯାଇଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୯୧୧ ଜଣ ନୂଆ ଆକ୍ରାନ୍ତ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୮୭ ହଜାର ୨୫କୁ ବୃଦ୍ଧି ପାଇଛି ।

୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୯ ଜଣଙ୍କ ପ୍ରାଣ ଗଲାଣି । ଚୀନର ଉହାନକୁ ଟପିଯାଇଛି ମୁମ୍ବାଇ । ମୁମ୍ବାଇରେ ମୋଟ କରୋନା ମାମଲା ୫୧ ହଜାର ଅତିକ୍ରମ କରିଛି । ମୃତ୍ୟୁସଂଖ୍ୟା ୧୮ ଶହ ଟପିଲାଣି । ଉହାନରେ ମୋଟ ୫୦ ହଜାର ୩୪୦ ମାମଲା ସାମ୍ନାକୁ ଆସିଥିଲା । ଏହା ମହାରାଷ୍ଟ୍ର ସରକାରଙ୍କ ଚିନ୍ତାକୁ ବଢାଇଦେଇଛି । ଏଭଳି ସ୍ଥଳେ ମୁମ୍ବାଇରେ କୋଭିଡ ସ୍ଥିତି ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ରାଜ୍ୟରେ ବଢୁଥିବା ସଂଖ୍ୟାକୁ ଦୃଷିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡା ଚେତାବନୀ ଦେଇଛନ୍ତି । ଆଗକୁ ଲୋକେ ନିୟମ ନ ମାନିଲେ ପୁଣି ଲକଡାଉନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେଣୁ ସେ ଲୋକଙ୍କୁ ନିୟମ ମାନି ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ।