କନକ ବ୍ୟୁରୋ: ଆଇଟି ସେକ୍ଟରରେ ଆଗାମୀ ଏକ ବର୍ଷ ମଧ୍ୟରେ ୫୦ ପ୍ରତିଶତ କର୍ମଚାରୀ ଇସ୍ତଫା ଦେବେ । ବର୍ତ୍ତମାନ ଯେଉଁଠି ସେମାନେ ଚାକିରୀ କରୁଛନ୍ତି ସେଠାରୁ ଇସ୍ତଫା ଦେବାକୁ ଯାଉଛନ୍ତି । ନୂଆ ଚାକିରୀ ଏବଂ ଭଲ ଦରମା କାରଣରୁ ଏଭଳି ଘଟିବା ନେଇ ଆକଳନ କରାଯାଉଛି । ସେହିଭଳି ଆଇଟି ପ୍ରଫେସନାଲ ଚାକିରୀ ଛାଡିବାର ଆଉ ଗୋଟିଏ ବଡ କାରଣ ଏହି ସେକ୍ଟରରେ ଟ୍ରେନିଂ ଏବଂ ବିକାଶର ଅଭାବ ଦେଖାଦେବା । ଚାକିରୀ ଏବଂ ଜୀବନଶୈଳୀ ଭିତରେ ସଠିକ ସନ୍ତୁଳନ ନରହିବା ।
ସ୍କିଲସଫ୍ଟର ଆଇଟି ସ୍କିଲ୍ସ ଏବଂ ସାଲେରୀ ରିପୋର୍ଟ-୨୦୨୨ ଅନୁସାରେ ଆଇଟି ସେକ୍ଟରର ନୀତି ନିର୍ମାତା ୬୬ ପ୍ରତିଶତ ଲୋକଙ୍କ କହିବା କଥା ଯେ, ସେମାନଙ୍କ ଟିମରେ ପ୍ରଫେସନାଲଙ୍କ ମଧ୍ୟରେ କୌଶଳର ଅନ୍ତର ବଢିବାରେ ଲାଗିଛି । ତେବେ ଗତ ବର୍ଷ ତୁଳନାରେ ଏଥର ୧୦ ପ୍ରତିଶତ କମ ରହିଛି । ସ୍କିଲସଫ୍ଟର ସର୍ଭେ ଅନୁସାରେ ୫୩ ପ୍ରତିଶତ କର୍ମଚାରୀଙ୍କ କହିବା କଥା ଆଗାମୀ ୧୨ ମାସରେ ନୂଆ ଚାକିରୀ ଖୋଜିବା ଆରମ୍ଭ କରିବେ । ଏହି ସର୍ଭେ ଆଇଟି ସେକ୍ଟରରେ ପାଖାପାଖି ୮ ହଜାର ଲୋକଙ୍କୁ ନେଇ କରାଯାଇଥିଲା ।