ବର୍ଷା କଲା ବେହାଲ : ବାଲେଶ୍ୱର ବସ୍ତା ହସ୍ପିଟାଲ ପରିସରରେ ପଶିଲା ପାଣି; ବିଭିନ୍ନ ୱାର୍ଡରେ ଲହରୀ ମାରୁଛି ଫୁଟେ ଉଚ୍ଚର ଜଳ; ସ୍ୱାସ୍ଥ୍ୟସେବା ପ୍ରଭାବିତ

208
କନକ ବ୍ୟୁରୋ : ଡାକ୍ତରଖାନାରେ ପଶିଲା ବର୍ଷା ପାଣି । ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲହଡି ମାରିଛି ବର୍ଷା ପାଣି । ଲଘୁଚାପ ଜନିତ ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଭୀଷଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇପାରିନଥିବା ବେଳେ ବସ୍ତା ଗୋଷ୍ଠୀ ସ୍ୱାସ୍ୱ୍ୟ କେନ୍ଦ୍ରରେ ପାଣି ପଶିଯାଇଛି । ଡାକ୍ତରଖାନାର ତଳ ମହଲାରେ ସମସ୍ତ ଓକ୍ୱାର୍ଡରେ ୧ ଫୁଟ ଉଚ୍ଚର ବର୍ଷା ଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି ।ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସମସ୍ତ ବିଭାଗର ଡାକ୍ତର, ନର୍ସମାନଙ୍କୁ ଗୋଷ୍ଠୀ । ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାକୁ ସ୍ଥାନାନ୍ତ କରାଯାଇଥିବା ଖବର ମିଳିଛି ।
ସେପଟେ, ଯାଜପୁରରେ ବନ୍ୟା ସ୍ଥିତି ସଂଗୀନ । ବୈତରଣୀ ନଦୀରେ ଜଳସ୍ତର ବଢିବାରୁ ଯାଜପୁର,କୋରେଇ ଓ ଦଶରଥପୁର ବ୍ଲକରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ଯାଜପୁର ବ୍ଲକର ସିମୁଳିଆ ପଂଚାୟତ ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଚିନ୍ନ ହୋଇଯାଇଛି । ଦଶରଥପୁର ବ୍ଲକର ୨୦ଟି ଓ ଯାଜପୁର ବ୍ଲକର ୭ଟି ପଂଚାୟତ ଜଳଘେରରେ ରହିଛି ।