କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ୍ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର । ଏହା ସହ ରେଡ଼ ବେଳେ ଗୋଟିଏ ଆଟାଚ୍ ମଧ୍ୟ ମିଳିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଥିବା ସୂଚନା ମିଳିଛି ।

Advertisment

ବିଭିନ୍ନ ଲୋକଙ୍କ ଠାରୁ ନେଣଦେଣ ହୋଇଥିବା ରିସିପ୍ଟର ଖୋଳତାଡ ଜାରି ରହିଛି । ଚଢ଼ାଉ ସମୟରେ ରିସିପ୍ଟ ଗଣୁଛି ଆୟକର ବିଭାଗ । ଅନ୍ୟପଟେ ଆଇଟି ରେଡ ବେଳେ ମିଳିଛି ନକଲି ନୋଟ୍ । ଆୟକର ବିଭାଗ ଫେକ୍ ନୋଟର ଛାନଭିନ୍ କରୁଛି । ବିଶେଷଜ୍ଞ ଟିମ୍ ପହଞ୍ଚି ନକଲି ନୋଟ୍ ଚିହ୍ନଟ କରିଛନ୍ତି । ଟଙ୍କା ଗଣା ମେସିନରେ ନକଲି ନୋଟ୍ ଗଣତି ଚାଲିଛି ।

୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ଗତକାଲି ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ ।