କନକ ବ୍ୟୁରୋ : ବିଦେଶୀ ମଦ ପାଲଟିଛି କଳାଧନ ଆଦାୟର ମାଧ୍ୟମ । ରାଜ୍ୟରେ ମଦବ୍ୟବସାୟୀଙ୍କଠାରୁ ୩ଶହ କୋଟିରୁ ଅଧିକ ଟଙ୍କା ମିଳିବା ପରେ ସମସ୍ତଙ୍କ ଆଖି ଖୋସିହୋଇଯାଇଛି । ତେବେ ବିଦେଶୀ ମଦରୁ କେମିତି ଏତେ ଟଙ୍କାର କଳାଧନ ଆସୁଛି ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Advertisment

କୁହାଯାଉଛି, ଏହି ଟଙ୍କା ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କମ୍ପାନୀର
-ଧୀରଜ ସାହୁ ଓ କିଛି ବ୍ୟବସାୟୀ ବୌଦ୍ଧ ଡିଷ୍ଟଲାରୀ ନାମରେ ଏକ ମଦ କମ୍ପାନୀ କରିଥିଲେ
-ମଦ ପ୍ରସ୍ତୁତ ପାଇଁ ଏମାନଙ୍କୁ ଅବକାରୀ ନିଗମ ତରଫରୁ ଅର୍ଡର ଆସୁଥିଲା
-ଯେତେ ମଦ ପାଇଁ ଅର୍ଡର ଆସୁଥିଲା ତାଠାରୁ ଢେର ଅଧିକ ମଦ ପ୍ରସ୍ତୁତ କରୁଥିଲା ଏହି କମ୍ପାନୀ
- ଏହି ମଦକୁ ବିଭିନ୍ନ ମଦ ଦୋକାନକୁ ଚୋରାରେ ବିକ୍ରି କରାଯାଇଥାଏ
- ସରକାରଙ୍କ ଅଜାଣତରେ ଏହି ମଦ ବିକ୍ରି କରାଯାଇ ମାଲାମାଲ ହୋଇଥାନ୍ତି ମଦବେପାରୀ
-ଆଉ ଏହି କାରବାର ନଗଦ ଆକାରରେ ହୋଇଥାଏ
-କୁଚିଆ ମଦବେପାରୀ ବିନା ଲାଇସେନ୍ସରେ ମଦ ବିକ୍ରିଥାନ୍ତି
-ଏମାନଙ୍କଠାରୁ ମଦ ବେପାରୀ ନଗଦ କୋଟି କୋଟି ଟଙ୍କା ପାଇଥାନ୍ତି

କେବଳ ବିଦେଶୀ ନୁହେଁ ଦେଶମଦ ବିକ୍ରୀ କରି କୋଟି କୋଟି ଟଙ୍କା ମାଲାମାଲ ହେଉଛନ୍ତି ମଦ ବ୍ୟବସାୟୀ । ଦେଶୀମଦ ପାଉଚର ମୂଲ୍ୟ ପ୍ରାୟ ୩୦ ହୋଇଥାଏ । ମହୁଲ ଗଛର ଫୁଲରୁ ତିଆରି ହୋଇଥାଏ ମଦ । ଏହି ମହୁଲକୁ ପାଣିରେ ବତୁରାଇ ପୋଚ ପ୍ରସ୍ତୁତ କରାଯାଇଥାଏ । ଆଉ ସେହି ପୋଚକୁ ନେଇ ଭାଟିରେ ଜଳୁଥିବା ନିଆଁରେ ଏକ ହାଣ୍ଡିରେ ଦିଆଯାଏ । ଯାହା ପରେ ମଦ ପ୍ରସ୍ତୁତ ହୋଇ ଗାଁ ଗାଁ ରେ ମଦଭାଟି ମାନଙ୍କରେ ବିକ୍ରି ହୋଇଥାଏ । ହେଲେ ସରକାରୀ ଦର ମହୁଲ ୫୦ରୁ ୬୦ ଟଙ୍କା ହେଉଥିବା ବେଳେ ଏହାକୁ ଗାଁ ଗାଁ ରୁ ୨୦ ରୁ ୩୦ ଟଙ୍କାରେ କିଣି ସିଧାସଳଖ ଏହାର ଲାଭ ପକେଟକୁ ନେଇଥାନ୍ତି ମାଲିକ । ଦେଶୀମଦର କାରବାର ନଗଦ ଆକାରରେ ହୋଇଥାଏ ।ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି କାରବାରରେ ମଦ ବ୍ୟବସାୟୀ, ରାଜନେତା ଓ ପ୍ରଶାସନର ମଧୁଚନ୍ଦ୍ରିକା ଥାଏ । ଲାଇସେନ୍ସ ଦେବାରେ ଏକଚାଟିଆ କାରବାର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ଦେଶୀ ମଦ ହେଉ କି ବିଦେଶୀ ମଦ ବେଆଇନ ଭାବେ ଅଧିକ ମଦ ପ୍ରସ୍ତୁତ କରି ମାଲାମାଲ ହୋଇଥାନ୍ତି ମଦ ବ୍ୟବସାୟୀ । ଆଉ ଏହାର କାରବାର ସିଧାସଳଖ ନଗଦ ଆକାରରେ ହୋଇଥାଏ । ଓଡିଶାକୁ ଏହ ନିରାପଦ ସ୍ଥାନ ଭାବି ଏହି ଟଙ୍କାକୁ ରଖାଯାଇଥିଲା ବୋଲି କୁହାଯାଉଛି । ଆଉ ଏହାପଛରେ ବଡ ବଡ ନେତା ଥିବା ଚର୍ଚ୍ଚା ହେଉଛି ।