କାନପୁରରୁ କୁବେର ସମ୍ପତି ଜବତ । ତମ୍ବାଖୁ କମ୍ପାନୀ ମାଲିକଙ୍କ ୨୦ ଠିକଣାରୁ ମିଳିଲା ୫କୋଟି ନଗଦ ଟଙ୍କା ସହ ୬୦କୋଟି ମୂଲ୍ୟର ଦାମୀ କାର

319

କନକ ବ୍ୟୁରୋ : ଆୟକର ବିଭାଗର ବଡ ଧରଣର ଚଢ଼ାଉ । କାନପୁର ବଂଶୀଧର ତମ୍ବାଖୁ କାରଖାନା ଓ ଏହାର ମାଲିକଙ୍କ ଠକିଣାରେ ଚଢ଼ାଉ ସମୟରେ ଆଖି ଜଳକା କରିବା ଭଳି ନଗଦ ଟଙ୍କା, ଦାମୀ କାର ଓ ଅନ୍ୟାନ୍ୟ ସମ୍ପତି ଜବତ କରିଛି ଆଇଟି । କୋଟି ଟଙ୍କାର ଅଧିକ ନଗଦ ଟଙ୍କା ସ୦ ୬୦କୋଟିରୁ ଅଧିକ ମୂଲ୍ୟର କାର ଜବତ କରାଯାଇଛି । କାନପୁର, ଦିଲ୍ଲୀ, ମୁମ୍ବାଇ, ଗୁଜରାଟର ମୋଟ ୨୦ଟି ଠିକଣାରେ ଚଢ଼ାଉ କରାଯାଇଛି । କମ୍ପାନୀ ମାଲିକଙ୍କ ଦିଲ୍ଲୀ ଠିକଣାରୁ ୧୬ଟି ଦାମୀ କାର ଜବତ କରାଯାଇଛି । ଯାହାର ଦାମ ପ୍ରାୟ ୬୦କୋଟି ଟଙ୍କା ବୋଲି କୁହାଯାଉଛି । ଘର ୫ରୁ ୭କୋଟି ନଗଦ ଟଙ୍କା ଜବତ କରାଯାଇଛି । ବ୍ୟାଗ ଭର୍ତି ଥିଲା ବିଡା ବିଡା ନୋଟ । କମ୍ପାନୀ ନିଜର ବାର୍ଷିକ ଆୟକୁ ନେଇ ମିଛ ତଥ୍ୟ ଦେଇ ଆସୁୁଥଲ । ଟିକସ ଚୋରି ଅଭିଯୋଗରେ ଆୟକର ବିଭାଗ ୧୬ଘଂଟା ଧରି ଚଢ଼ାଉ କରି ସମ୍ପତି ଓ ଦସ୍ତାବିଜ ଜବତ କରିଛି ।