କନକ ବ୍ୟୁରୋ: ଦୁଇ ଦିନ ହେଲା ନ୍ୟୁଜରେ ଆପଣ ଯେଉଁ ଟଙ୍କାର ପାହାଡ଼ ଦେଖୁଛନ୍ତି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ଓଡ଼ିଶାରେ ଚଢ଼ାଉ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । ସେପଟେ ବିଜେଡି ନେତା ମନ୍ତ୍ରୀଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ଆଉ ବିଜେଡି କହିଛି, ଯିଏ ଦୋଷୀ ସିଏ ଦଣ୍ଡ ପାଇବ ।

Advertisment

ଟଙ୍କାର ପାହାଡ଼ରେ ଦୁର୍ନୀତି ଛାପ ! । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସଂପୃକ୍ତି ଅଭିଯୋଗ । ଏବଂ ଟଙ୍କା ଗଣିଗଣି ମେସିନ୍ ହାଲିଆ ହେବା ପରେ ରେଡ୍କୁ ନେଇ ରାଜନୀତି ତୀବ୍ର ହୋଇଛି । ଯାହା ଖବର କାଗଜରେ ପ୍ରକାଶିତ ଏହି ରିପୋର୍ଟ ଏବଂ ରିପୋର୍ଟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀଙ୍କ କଟାକ୍ଷରୁ ସ୍ପଷ୍ଟ ବାରି ହେଉଛି ।

ଜନତାଙ୍କୁ ବିକାଶର ଗ୍ୟାରେଂଟି ଦେଉଥିବା ପ୍ରଧାନମନ୍ତ୍ରୀ ଏବେ ଦୁର୍ନତିଗ୍ରସ୍ତ ଲୋକଙ୍କୁଠାରୁ ଗୋଟିଏ ଗୋଟିଏ ପାଉଣା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣାରେ ଆୟକର ରୋଡ୍ । ଏବଂ ରେଡ୍୍ରୁ ଶହ ଶହ କୋଟି ଟଙ୍କା ଠାବ ହେବା ପରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି ।

ଯେତେ ଗଣିଲେ ବି ଗଣା ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣତି । ସମ୍ବଲପୁର ଓ ବଲାଙ୍ଗିର ସମେତ ଓଡ଼ିଶାର ଏକାଧିକ ସ୍ଥାନରେ ଟଙ୍କା ଗଣତି ଓ ଚଢ଼ାଉ ଚାଲିଛି । ଯାହା ସୃଷ୍ଟି କରିଛି ଏକାଧିକ ପ୍ରଶ୍ନ ।

ଏତେ ଟଙ୍କା କାହାର?
କେଉଁଠୁ ଓ କେମିତି ଆସିଲା ଏତେ ଟଙ୍କା?
ଦଳୀୟ ଟଙ୍କା ଲାଗିଛି କି ନାହିଁ?
ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି?

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ସାହୁ ବ୍ରଦର୍ସଙ୍କ ସହ ରାଜ୍ୟ କ୍ୟାବିନେଟ୍ର ମନ୍ତ୍ରୀଙ୍କ ଫେଟୋ ଦେଖାଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର । ଯାହାର ଜବାବରେ ବିଜେଡି କହିଛି- ଯିଏ ସଂପୃକ୍ତ ଅଛନ୍ତି ଦଣ୍ଡ ପାଇବେ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।