କନକ ବ୍ୟୁରୋ: କାନପୁରରେ ତମାଖୁ ବ୍ୟବସାୟୀଙ୍କ ଠିକଣାରେ ରେଡ୍ ବେଳେ ତାଜୁବ୍ ଆୟକର ବିଭାଗ । ବଂଶୀଧର ଟବାକୋ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟାଳୟ ସମେତ ପ୍ରାୟ ୨୦ଟି ସ୍ଥାନରେ ଆୟକର ବିଭାଗ ଏକକାଳୀନ ଚଢାଉ କରି ବିପୁଳ ପରିମାଣର ସମ୍ପତି ଠାବ କରିଛି । ଦିଲ୍ଲୀ ବାସଭବନରୁ ପ୍ରାୟ ୬୦ରୁ ୭୦ କୋଟି ଟଙ୍କାର ଅନେକ ବିଳାସପୂର୍ଣ୍ଣ ଗାଡି ମିଳିଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟର କାମ ହେଉଛି, ଜବତ ହୋଇଥିବା ଗାଡି ଗୁଡ଼ିକର ନମ୍ବରପ୍ଲେଟ୍ରେ ଥିବା ଶେଷ ୪ଟି ସଂଖ୍ୟା ସମାନ ରହିଛି । ଶେଷ ୪ଟି ସଂଖ୍ୟା ହେଉଛି ୪୦୧୮ ।

ଏହା ସହ ୫ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଛି । ଏଥିରେ ଗୋଟିଏ ହୀରା ଲାଗିଥିବା ଘଣ୍ଟା ମଧ୍ୟ ରହିଛି । ଯାହାର ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କା ହେବ । ସେହିପରି ଜବତ ହୋଇଥିବା ଗହଣା ଓ ନଗଦ ଟଙ୍କାର ମୂଲ୍ୟ ୭ କୋଟି ଟଙ୍କା ହେବ । ଆୟକର ବିଭାଗର ପ୍ରାୟ ୧୫ରୁ ୨୦ଟି ଦଳ ଚଢାଉରେ ସାମିଲ ହୋଇଛନ୍ତି ।