ଏହି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଆଦୈା କ୍ଷୀର ପିଅନ୍ତୁ ନାହିଁ : ଆପଣଙ୍କ ପାଇଁ ହୋଇପାରେ ବିଷାକ୍ତ

Advertisment
ଏହି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଆଦୈା କ୍ଷୀର ପିଅନ୍ତୁ ନାହିଁ : ଆପଣଙ୍କ ପାଇଁ ହୋଇପାରେ ବିଷାକ୍ତ

source : Google

ଆମ ସମସ୍ତଙ୍କୁ ଜଣା ଯେ, କ୍ଷୀର ପିଇବା ଦେହ ପାଇଁ ଭଲ। କିନ୍ତୁ ଏହାର ନିର୍ଦ୍ଦିଷ୍ଟ ବିଧି ରହିଛି। ମନେ ରଖନ୍ତୁ କେତେକ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ,କାରଣ ସେପରି କରିଲେ ତାହା ବିଷାକ୍ତ ହୋଇପାରେ ବା ଶାରୀରିକ ସମସ୍ୟା ବି ସୃଷ୍ଟି କରିପାରେ।

publive-image

• ବିରି ଡାଲି : ଯଦି ରାତ୍ରିଭୋଜନରେ ବିରିରେ ପ୍ରସ୍ତୁତ କୌଣସି ଖାଦ୍ୟ ଯେମିତି କି ପିଠା ଆଦି ଖାଇଥାନ୍ତି, ତେବେ କ୍ଷୀର ନ ପିଇବା ଭଲ, । ଯଦି ସେଭଳି କରିବା ନିହାତି ଆବଶ୍ୟକ,ତେବେ ରାତ୍ରିଭୋଜନର ଅନ୍ୟୁନ ଅଧଘଣ୍ଟା ପରେ କ୍ଷୀର ପିଇପାରନ୍ତି।

• ଲୁଣିଆ ଖାଦ୍ୟ : କୌଣସି ଲୁଣିଆ ଖାଦ୍ୟ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ।

• ଖଟା ଫଳ : କମଳା, ଲେମ୍ବୁ ଭଳି ଖଟାଫଳ ଖାଇବାପରେ ତତକ୍ଷଣାତ୍ କଦାଚିତ କ୍ଷୀର ପାନ କରିବା ଅନୁଚିତ। ଏହା ଫଳରେ ବାନ୍ତି ହେବାର ଆଶଙ୍କା ରହିଛି। ବଦହଜମୀଜନିତ ସମସ୍ୟା ବି ଦେଖାଦେଇପାରେ।

• ଦହି :  ଦୁଧ ସହିତ ଦହି ସେବନ କରିବା ଠିକ୍ ନୁହେଁ। ଦହି ଖାଇବାର ଅତିକମରେ ଦେଢ଼ଘଣ୍ଟାପରେ କ୍ଷୀର ପିଇବା ଉଚିତ। ନହେଲେ ଅମ୍ଳ,ଗ୍ୟାସ ଓ ବାନ୍ତି ଆଦି ସମସ୍ୟା ବି ଉପୁଜିପାରେ।

• ମାଛ : ମାଛ ଖାଇବା ପରେ କ୍ଷୀର ପିଇବା ଅନୁଚିତ କାରଣ ଏହାଦ୍ୱାରା ତ୍ୱଚା ଜନିତ ରୋଗ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe