କନକ ବ୍ୟୁରୋ: ଆସୁଛି ଶ୍ରାବଣ ମାସ, ଜଳାଭିଶେକ କରିବାକୁ ଆରମ୍ଭ ହେବ ଶିବଭକ୍ତ କାଉଡିଆଙ୍କ ଯାତ୍ରା । ଏହା ପୂର୍ବରୁ କାଉଡିଆଙ୍କ ସୁରକ୍ଷିତ ଯାତ୍ରା ତଥା ସେମାନଙ୍କ ବ୍ରତର ନିଶ୍ଚିତତା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି କଡା ନିର୍ଦ୍ଦେଶ । ସବୁ ଭୋଜନାଳୟ ଆଗରେ ତା’ର ମାଲିକର ନାମ ଲେଖିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ବର୍ତ୍ତମାନ, ପ୍ରତ୍ୟେକ ଭୋଜନାଳୟ, ରେଷ୍ଟୁରାଣ୍ଟ ହେଉ, ରାସ୍ତା କଡ଼ରେ ଥିବା ଢାବା, କିମ୍ବା ଖାଦ୍ୟ କାର୍ଟ ହେଉ, ସେଥିରେ ମାଲିକଙ୍କ ନାମ ଲେଖିବାକୁ ପଡିବ ।

Advertisment

ଏହାପୂର୍ବରୁ ଉତ୍ତରପ୍ରଦେଶ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲ ଅଭିଯୋଗ କରିଥିଲେ ଯେ. ମୁସଲମାନମାନେ ହିନ୍ଦୁ ନାମର ପୋଷାକରେ ତୀର୍ଥଯାତ୍ରୀମାନଙ୍କୁ ଆମୀଷ ଖାଦ୍ୟ ବିକ୍ରି କରନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସେମାନେ ବୈଷ୍ଣୋଦେେବୀ ଭଣ୍ଡାର, ଶାକମ୍ବରୀ ଦେବୀ ଭୋଜନାଳୟ ଏବଂ ଶୁଦ୍ଧ ଭୋଜନାଳୟ ଭଳି ନାମ ଲେଖନ୍ତି ଏବଂ ଆମୀଷ ଖାଦ୍ୟ ବିକ୍ରି କରନ୍ତି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା ଯୋଗୀ କହିଛନ୍ତି ।