କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କାର, ପବ୍ଲିକ ପ୍ଲେସ ଓ ଏକା ଗାଡି ଚଳାଉଥିଲେ ବି ମାସ୍କ ପିନ୍ଧିବା ଜରୁରୀ

96

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି କି ଗାଡିକୁ ସର୍ବସାଧାରଣ ସ୍ଥାନ ଭାବେ ମାନିବାକୁ ପଡିବ । ତେଣୁ ଆପଣ ଗାଡିରେ ଏକାଥାଇ ଗାଡି ଚାଳନା କରୁଥିଲେ ବି ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ଏନେଇ ବିଚାରପତି ପ୍ରତିଭା ଏମ୍ ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୋମବାରଦିନ ମୌଖିକ ଭାବେ କହିଥିଲେ କି ‘ଯଦି ଆପଣ ଏକୁଟିଆ ଗାଡି ଚଳାଉଛନ୍ତି ତେବେ ମାସ୍କ ପିନ୍ଧିବାରେ ଅସୁବିଧା କେଉଁଠି’ ।

କୋର୍ଟ କହିଛନ୍ତି କି ଏହା ଆପଣଙ୍କ ନିଜର ସୁରକ୍ଷାର ମାମଲା । ତେଣୁ ମାତ୍ର ଏତିକି ସଚେତନ ରହିବାରେ କିଛି ଅସୁବିଧା ନାହିଁ । କୋର୍ଟ ଏହାର ଯର୍ଥାତତା ଦେଖାଇ କହିଛନ୍ତି କି ଆପଣ ଯେତେବେଳେ ଟ୍ରାଫିକରେ ଗାଡି ରଖୁଛନ୍ତି ସେତେବେଳେ ଆପଣ ଗାଡିର ଡୋର ଖୋଲି ଭିଡ ଉପରେ ନଜର ରଖୁଛନ୍ତି । କରୋନାର ଦ୍ୱିତୀୟ ଲହର ଏଭଳି ଅବସ୍ଥାରେ ପହଂଚିଛି କି ସେତିକି ସମୟ ଭିତରେ ବି କରୋନା ଭୂତାଣୁ ଆପଣଙ୍କୁ ସଂକ୍ରମିତ କରିପାରେ ।

କହିରଖୁ କି ଏନେଇ ଓକିଲ ସୌରଭ ଶର୍ମା ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ କି ୨୦୨୦ ସେପ୍ଟେମ୍ବର ୯ ତାରିଖରେ ସେ ଏକୁଟିଆ ଗାଡି ଚଳାଇ ଯାଉଥିବା ବେଳେ ମାସ୍କ ପିନ୍ଧି ନଥିବାରୁ ପୋଲିସ ୫୦୦ ଟଙ୍କାର ଏକ ଚାଲାଣ କାଟିଥିଲା । ଏହି ମାମଲାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।