କନକ ବ୍ୟୁରୋ: ବମ୍ବେ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଯଦି ଜଣେ ପତ୍ନୀ ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦୁଆ ଓ ବିଭିନ୍ନ ନାରୀଙ୍କ ସହ ସର୍ମ୍ପକ ରଖୁଥିବା ଅଭିଯୋଗ ଆଣେ ବା ତାଙ୍କୁ ମଦୁଆ ଓ ଲମ୍ପଟ ଭାବେ ବଦନାମ କରିବାକୁ ଚେଷ୍ଟା କରେ ତେବେ ଏହା ଏକ ପ୍ରକାର ନିିଷ୍ଠୁରତା । ଜଷ୍ଟିସ ନୀତିନ ଜାମଦାର ଓ ଶର୍ମିଳାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କୋର୍ଟ ଏକଥା ମଧ୍ୟ କହିଛନ୍ତି କି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ଚରିତ୍ର ଏଭଳି ଆରୋପ ଆଣିବା ସମାଜ ଉପରେ ଏକ ଖରାପ ପ୍ରଭାବ ପକାଇବା ସମ୍ଭାବନା ରହିଛି । ପୁଣେ ଏକ ମହିଳା ଫ୍ୟାମିଲି କୋର୍ଟରେ ଏକ ମାମଲା ନେଇ ପହଁଚିଥିଲେ । ଅବସରପ୍ରାପ୍ତ ସେନାଧିକାରୀଙ୍କ ପତ୍ନୀ କୋର୍ଟଙ୍କ ଫଇସଲାକୁ ବିରୋଧ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱାମୀ ଜଣେ ମଦୁଆ ଓ ଲମ୍ପଟ ଥିଲେ । ତେଣୁ ପୈତୃକ ସମ୍ପତିରେ କୌଣସି ଭାଗ ନଦେବାକୁ ମହିଳା ଜଣଙ୍କ ଅପିଲ କରିଥିଲେ । ଏହି ଆବେଦନକୁ ଫ୍ୟାମିଲି କୋର୍ଟ ଖାରଜ କରିଥିଲେ । ଏହାକୁ ବିରୋଧ କରି ମହିଳା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବମ୍ବେ ହାଇକୋର୍ଟଙ୍କ ବଡ ରାୟ । କୋର୍ଟ କହିଲେ ବିନା ପ୍ରମାଣରେ ସ୍ତ୍ରୀ ମାନେ ସ୍ୱାମୀଙ୍କୁ ଲମ୍ପଟ ଓ ମଦୁଆ କହିବା ଏକ ନିଷ୍ଠୁରତା ।
/kanak/media/post_attachments/wp-content/uploads/2022/10/26-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)