କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ଏବେ ଆସିଛି ଏକ ବଡ ତଥ୍ୟ । ଆଜି ମାଟି ତଳୁ ଗଳିତ ଶବ ସହ ଉଦ୍ଧାର ହୋଇଥିବା ଚେନ୍, ପାଉଁଜି ଓ ବ୍ୟାଗ୍ ସବୁ ମମିତାଙ୍କର ବୋଲି ସ୍ପଷ୍ଟ ହୋଇଛି । ଏନେଇ ମମିତାଙ୍କର ପରିବାର ଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଆଜି ସକାଳୁ ମମିତା ମେହେର ନିଖୋଜ ଘଟଣାରେ ଆକ୍ସନ୍ ମୋଡକୁ ଆସିଥିଲା ପୋଲିସ । ସ୍ଥାନୀୟ ମହାଲିଙ୍ଗ୍ ଷ୍ଟାଡିୟମରେ ପୋଲିସ ଜେସିବି ଲଗାଇ ଖୋଳାଖୋଳି କରିଥିଲା । ଏହି ଖୋଳାଖୋଳି ସମୟରେ ପୋଲିସକୁ ଏକ ଗଳିତ ଶବ ସହିତ ସୁନା ଚେନ୍, ପାଉଁଜି ଓ ବ୍ୟାଗ୍ ମିଳିଥିଲା । ତେବେ ଏହି ଗଳିତ ଶବ କାହାର ଓ ଜିନିଷ କାହାର ସେନେଇ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲା । ଏହାପରେ ଏବେ ଉଦ୍ଧାର ହୋଇଥିବା ଚେନ୍, ପାଉଁଜି ଓ ବ୍ୟାଗ୍ ସବୁ ମମିତାଙ୍କର ବୋଲି ସ୍ପଷ୍ଟ ହୋଇଛି । ତାଙ୍କ ପରିବାର ଲୋକ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ।
ମାଟିତଳୁ ମିଳିଥିବା ସାମଗ୍ରୀ ମମିତାଙ୍କର ବୋଲି ସ୍ପଷ୍ଟ
ମାଟିତଳୁ ମିଳିଛି ପାଉଁଜି, ସୁନା ଚେନ୍ ଓ ବ୍ୟାଗ୍
ମିଳିଥିବା ସାମଗ୍ରୀ ମମିତାଙ୍କର ବୋଲି ସ୍ପଷ୍ଟ କଲେ ପରିବାର
ଷ୍ଟାଡିୟମ ଖୋଳି ମୃତଦେହ ସହ ଏସବୁ ସାମଗ୍ରୀ ପାଇଛି ପୋଲିସ#MamitaMeherCase#Odisha#KanakNewspic.twitter.com/wxesoN3Zoc— Kanak News (@kanak_news) October 19, 2021
ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ମମିତା ଗାଁରୁ ବାହାରି ସ୍କୁଲକୁ ଯାଉଥିଲେ । ଏହି ସମୟରେ ରାସ୍ତାରୁ ହଠାତ୍ ସେ ନିଖୋଜ୍ ହୋଇଯାଇଥିଲେ । ତେବେ ସେ କୁଆଡେ ଗଲେ ଓ କିପରି ନିଖୋଜ ହେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ଶେଷ ସିସିଟିଭ୍ ଭିଜୁଆଲ୍ ମୁତାବକ ମମତା ଶେଷ ଥର ପାଇଁ ଗୋବିନ୍ଦଙ୍କ ଗାଡିରେ ବସି କଲେଜକୁ ଯାଇଥିଲେ । ଏନେଇ ସେ ତାଙ୍କ ମାଙ୍କୁ ମଧ୍ୟ ସୂଚନା ଦେଇଥିଲେ । ହେଲେ ଏହାପରଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ଆଜି ସ୍ଥାନୀୟ ଏକ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ପରେ ତାଙ୍କର ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି ।