ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।

283

କନକ ବ୍ୟୁରୋ: ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ ଅୟୋଗ ପକ୍ଷରୁ ଏକ ରେଫରେନ୍ସ ଡେଟ୍ ବା ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଥିଲା । ଏହା କେବଳ ନିର୍ବାଚନ ପୂର୍ବ ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀଙ୍କୁ ସମ୍ଭାବ୍ୟ ତାରିଖ ଦିଆଯାଇଛି । ଯାହାଦ୍ୱାରା ସେମାନେ ସମସ୍ତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଏହି ତାରିଖ ମଧ୍ୟରେ ଶେଷ କରିବେ, ତେଣୁ ଏପ୍ରିଲ ୧୬ ତାରିଖକୁ ଏକ ରେଫରେନ୍ସ ଡେଟ୍ ଭାବେ ଧରିନିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ଟ୍ୱିଟକୁ ମଧ୍ୟ ଜାତୀୟ ନିର୍ବାଚନ ଅଧିକାରୀ ରିପୋଷ୍ଟ କରିଛନ୍ତି ।<

/p>