ପ୍ରଣବ ପ୍ରକାଶଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଲଟକା ଲାଗିବା ପରେ ଖାଲି କରାଯାଉଛି, ଧର୍ମଶାଳାର ବଲ୍ଲେ ବଲ୍ଲେ ଢ଼ାବା ଓ ଲଜ

Advertisment
ପ୍ରଣବ ପ୍ରକାଶଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଲଟକା ଲାଗିବା ପରେ ଖାଲି କରାଯାଉଛି, ଧର୍ମଶାଳାର ବଲ୍ଲେ ବଲ୍ଲେ ଢ଼ାବା ଓ ଲଜ

କନକ ବ୍ୟୁରୋ: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି। ବିଜେଡି ବଡ଼ ପଣ୍ଡାଙ୍କ ବିରୋଧରେ ପ୍ରଥମ କାର୍ୟ୍ୟାନୁଷ୍ଠାନ। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଖାଲି କରାଯାଉଛି। ବିଧାୟକଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଏହା ପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି। ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍। ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଲଜକୁ ଅନେକ ଆଗ ଧାଡିର ହିରୋଇନ୍ ଆସୁଥିଲେ। ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ଏଠାରେ ଆସି ରହୁଥିଲେ। ଲଜରେ ଚାଲିଥିଲା କଣ ଏହାକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣରେ ଅଭିଯୋଗ ପରେ ଲଜକୁ ସିଲ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe