ଯୌତୁକ ଜୁଇରେ ପୁଣି ଜଳିଲେ ନବବଧୂ! କୋରାପୁଟ ପାଡୁଆଠାରେ ନବବଧୂଙ୍କୁ ଡିଜେଲ ଢ଼ାଳି ହତ୍ୟା କରାଯାଇଥିବା ଅଭିଯୋଗ

324

କନକ ବ୍ୟୁରୋ: ଯୌତୁକ ଜୁଇରେ ପୁଣି ଜଳିଲେ ନବବଧୂ । କୋରାପୁଟ ପାଡୁଆଠାରେ ନବବଧୂଙ୍କୁ ଡିଜେଲ ଢ଼ାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଚିିକିତ୍ସାଧୀନ ଅବସ୍ଥାରେ ଲମତାପୁଟ ଆଶାକିରଣ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୨୩ ବର୍ଷୀୟ ଶିବାନୀ ସିଂହ । ଦୁଇ ମାସ ତଳେ ମାଲକାନଗିରି ଏମଭି ୧୦ ଗାଁର ପ୍ରଭାସ ସିଂହଙ୍କୁ ବିବାହ କରିଥିଲେ । ତେବେ ଯୌତୁକ ପାଇଁ ଶାଶୂ ଘର ଲୋକେ ତାଙ୍କୁ ପୋଡ଼ି ହଜ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ଶିବାନୀଙ୍କ ପରିବାର ଲୋକ । ପଡୁଆ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।