ଆଇପିଏଲରେ ମୁମ୍ୱାଇର ଚେନ୍ନାଇ ଶିକାର: ରୋମାଂଚକର ମୁକାବିଲାରେ ସୁପରକିଙ୍ଗସକୁ ୧୦ ୱିକେଟରେ ପରାସ୍ତ କଲା ମୁମ୍ୱାଇ ଇଣ୍ଡିଆନ୍ସ; ପ୍ଲେ ଅଫ୍ ଦୌଡରୁ ଚେନ୍ନାଇର ଆଶା ମଉଳିଲା

215

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗରେ ମୁମ୍ୱାଇର ଚେନ୍ନାଇ ଶିକାର । ପୁଣି ହାରିଲା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୯ ୱିକେଟ ରେ ୧୧୪ ରନ ସଂଗ୍ରହ କରିଥିଲ । ଦଳର ଟପ୍ ଅର୍ଡର ପୁରା ବିଫଳ ରହିଥିଲେ । ବୋଲ୍ଟ ୪ଟି, ବୁମରା ୨ଟି ଓ ରାହୁଲ ଚହର ୨ଟି ୱିକେଟ୍ ବାଂଟି ନେଇଥିଲେ । ୧୧୫ ରନର ବିଜୟ ଲକ୍ଷ୍ୟକୁ  ମୁମ୍ବାଈ ଇଣ୍ଡିଆନ୍ସ ବିନା କୌଣସି ୱିକେଟ୍ ହରାଇ ୧୨ ଓଭର ୨ଟି ବଲରୁ ହାସଲ କରିଥିଲା  । ଇଶାନ୍ତ କିସନ୍ ଅପରାଜିତ ୬୮ ଏବଂ ଡିକକ୍ ଅପରାଜିତ ୪୬ ରନର ଇନିଂସ ଖେଳି ଦଳକୁ ବିଜୟ ଦେଇଥିଲେ । ଏହି ବିଜୟ ସହିତ ମୁମ୍ୱାଇ ଇଣ୍ଡିଆନ୍ସ  ପଏଣ୍ଟ ତାଲିକାରେ ଶୀର୍ଷକୁ ଉନ୍ନୀତ ହୋଇଛି  ।

ଦଳ ୧୦ ମ୍ୟାଚରୁ ୭ ବିଜୟ ସହିତ ୧୪ ପଏଂଟ ହାସଲ କରି ଶୀର୍ଷରେ ରହିଛି । ଅନ୍ୟପଟେ ଚେନ୍ନାଇ ସୁପରକିଙ୍ଗସ୍ ର ଏହା ଚଳିତ ଆଇପିଏଲରେ ୧୧ ମ୍ୟାଚରୁ ଅଷ୍ଟମ ପରାଜୟ । ଦଳ ଏବେ ମାତ୍ର ୩ ବିଜୟ ସହିତ ୬ ପଏଂଟ ପାଇଁ ପଏଂଟ ଟେବୁଲର ସବୁଠାରୁ ତଳେ ରହିଛି । ମୁମ୍ୱାଇ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଚେନ୍ନାଇ ସୁପରକିଙ୍ଗସ୍ ର ଆଇପିଏଲ୍ ପ୍ଲେ ଅଫ୍ ଖେଳିବା ଦୌଡରୁ ବାଦ୍ ପଡିବା ରାସ୍ତା ପକା ହୋଇଯାଇଛି । ୪ ୱିକେଟ ନେଇଥିବା ମୁମ୍ବାଇ ର ଫାଷ୍ଟ ବୋଲର ଟ୍ରେଂଟ୍ ବୋଲ୍ଟଙ୍କୁ  ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି ।