କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ୩୦ ଦିନ ପୂରିଲା । ହେଲେ ହତ୍ୟାକାଣ୍ଡର କାରଣ ଏବେ ବି ରହସ୍ୟ ଘେରରେ । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନାଁ ସୁପାରି କିଲିଂ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକା ନା ରାଜନୈତିକ ଲିଙ୍କ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହତ୍ୟାକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।

Advertisment

ଦେଶର ପ୍ରମୁଖ ସଂସ୍ଥାକୁ ନିୟୋଜିତ କରି ସତ କାଢିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଛି । ଗୁଜରାଟରେ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏସସିବିର ମାନସିକ ଡାକ୍ତରଙ୍କ ଟିମ୍ ଓ ନିମହାନ୍ସ ଟିମ୍ ମଧ୍ୟ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି । ଏହା ପରେ ବି ହତ୍ୟାକାଣ୍ଡର କାରଣ ରହସ୍ୟରେ ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପାଖରେ ଅଟକି ଯାଇ ଅନ୍ୟ ଦିଗ ଗୁଡ଼ିକୁ ଅଣଦେଖା କରୁଛି ।