ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ: ୭ ଦିନ ହେଲା ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ଗଡୁନି ସରକାର ବସ

159

କନକ ବ୍ୟୁରୋ: ମାଓବାଦୀଙ୍କ ନାଁ ଶୁଣିବା ମାତ୍ରେ ବନ୍ଦ ହୋଇ ଯାଏଁ ବସ ସେବା । ଡିସେମ୍ବର୨ ରୁ ୮ ଯାଏଁ ମାଓବାଦୀ ପ୍ରତିବର୍ଷ ପିଏଲଜିଏ ସପ୍ତାହ ପାଳନ କରନ୍ତି । ତେବେ ରାଜ୍ୟରେ ଏବେ ମାଓ ଗତିବଧି କମୁୁଥିଲେ ବି ବସ ଚଳାଚଳ ଠପ୍ ପରମ୍ପରା ବନ୍ଦ କରୁ ନାହିଁ ଓଏସଆରଟିସି । ଫଳରେ ଦକ୍ଷିଣ ଓଡିଶାରେ ଗମନାଗମନ ପ୍ରଭାବିତ ହୋଇଛି । ଆଉ ପୁଲିସ ଓ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଶୁଣି ଚୁପ୍ ରହୁଥିବା ଅଭିଯୋଗ ହେଉଛି ।

ଗତ ଡିସେମ୍ବର ୨ ତାରିଖ ଠାରୁ ମାଲାକନଗିରି ଜିଲ୍ଲାରୁ ଯାତାୟାତ କରୁ ଥିବା ସମସ୍ତ ସରକାରୀ ବସ ସେବାକୁ ବନ୍ଦ ରଖିଛନ୍ତି ଓଏସଆରଟିସି କର୍ତୃପକ୍ଷ । ୭ ଦିନ ଧରି ମାଲକାନଗିରି ଜିଲ୍ଲାର ୧୦ଟି ରୁଟ ସମେତ ୧୭ଟି ଦୁରଗାମି ରୁଟ୍କୁ ସରକାରୀ ବସ ଗଡୁନାହିଁ । ମୋଟୁ- ଭୁବନେଶ୍ୱର, ମାଲକାନଗିରି ଭୁବନେଶ୍ୱର, ଚିତ୍ରକୋଣ୍ଡା–କଟକ, ବିଲମେଳା–ବ୍ରହ୍ମପୁର ପରି ରୁଟରେ ବସ ଚଳାଚଳ ବନ୍ଦ ରହିଛି ।

ଏହାସହ ମାଲାକନଗିରି ମେଡିକାଲ ଦେଇ ସ୍ୱାଭିମାନ ଅଂଚଳ ଯାଉ ଥିବା ବିଜୁ ହେଲ୍ଥ ଏକ୍ସପ୍ରେସ ସମେତ ଏମଭି -୭୯ ଭାଇଜାଗ, ମାଲାକନଗିର–ଭିଜିୟନଗରମ ରୁଟ ମଧ୍ୟ ବସ ଚଳାଚଳ ବନ୍ଦ ରଖାଯାଇଛି । ଫଳରେ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।