କନକ ବ୍ୟୁରୋ : ଚିଟଫଣ୍ତ୍ ମାମଲାର ତଦନ୍ତ ପାଇଁ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିସନକୁ ଆଜି ୬ ବର୍ଷ ପୁରୁଛି । ୬ ବର୍ଷ ମଧ୍ୟରେ ୬ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ଯେଉଁଥିରେ, ୩ ଲକ୍ଷ ୬୦ ହଜାର ଜମାକାରୀ ଚିହ୍ନଟ କରାଯାଇଛି। ଡିଜିଟାଇଲେଜସନ୍ ପରେ ଆଉ ୭ ଲକ୍ଷ ନୂଆ ସତ୍ୟପାଠ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।
୨୦୧୩, ଜୁଲାଇ ୯ ତାରିଖ ଦିନ ଚିଟଫଣ୍ତ୍ ମାମଲାର ତଦନ୍ତ ଦାୟିତ୍ୱ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.କେ.ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍.ଏମ୍.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଚିଟଫଣ୍ତ୍ ସ˚ସ୍ଥା ଗୁଡିକ ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କର୍ପସ ଫଣ୍ତରୁ କେଉଁ କ୍ଷୁଦ୍ର ଜମାକାରୀ କେତେ ଟଙ୍କା କ୍ଷତିପୂରଣ ପାଇବେ ସେ ସ˚ପର୍କରେ ତଦନ୍ତ କରି କମିସନ୍ ପରାମର୍ଶ ଦେବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ନୂଆ ଅତିରିକ୍ତ ଟର୍ମ ଅଫ୍ ରେଫରେନ୍ସ ଆଧାରରେ ତଦନ୍ତ ନୂଆ ମୋଡ ନେଇଥିଲା। କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟକୁ କମିସନ ପ୍ରାଥମିକତା ଦେଇଥିଲେ।
୨୦୧୩, ଅକ୍ଟୋବର ୩୧ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ୮ଲକ୍ଷ ୧୭ ହଜାର ୨୫୩ଟି ସଠିକ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ କରାଯାଇଥିଲା। ୬ଟି ପର୍ଯ୍ୟାୟରେ ଏହି ସତ୍ୟପାଠ ଗୁଡିକ ଯାଞ୍ଚ କରାଯାଇଥିବା ବେଳେ ଇତି ମଧ୍ୟରେ ଫେବ୍ରୁଆରି ୨୦ର ବିଜ୍ଞପ୍ତି ଆଧାରରେ କମିସନ୍ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ସରକାରଙ୍କୁ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬୯୭୬ଟି ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍ କରି କମିସନ୍ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରଥମ ୩ଟି ରିପୋର୍ଟରେ ୬୦ ହଜାର ୯୪୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ˚ପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା। ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସ˚ସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଥିଲା। ୨୯୦ଟି ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ କରାଯାଇଥିବା ୧ ଲକ୍ଷ ୧ ହଜାର ୮୫୦ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ୨୦୧୮, ଜୁଲାଇ ୧୩ରେ କମିସନ୍ ପଞ୍ଚମ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ୧୭ ହଜାର ୬୭୭ ପୃଷ୍ଠାର ଷଷ୍ଠ ରିପୋର୍ଟରେ ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ କରାଯାଇଥିବା ୧ ଲକ୍ଷ ୪୩ ହଜାର ୪୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ପ୍ରସ˚ଗରେ ଉଲ୍ଲେଖ କରାଯାଇଥିଲା। ଏ ପର୍ଯ୍ୟନ୍ତ କମିସନ୍ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଷଷ୍ଠ ରିପୋର୍ଟ ପର୍ଯ୍ୟନ୍ତ ମୋଟ ୧ ହଜାର ୭୧୪ ଜଣ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଷଷ୍ଠ ରିପୋର୍ଟ ପରେ କମିସନ୍ ତ୍ରୁଟିପୂର୍ଣ୍ଣ ୭୯ ହଜାର ସତ୍ୟପାଠକୁ ବିଚାରକୁ ନେଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି ଓ ଖୁବ୍ ଶୀଘ୍ର ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଚିଟଫଣ୍ତ କମ୍ପାନି ଗୁଡିକର ଶିକାର ବହୁ ଜମାକାରୀ ୨୦୧୩ରେ ନିର୍ଦ୍ଧାରିତ ସମୟ ସୀମା ଭିତରେ ସତ୍ୟପାଠ ଦାଖଲ କରି ପାରିନଥିଲେ। ଏପରି ଜମାକରୀଙ୍କ ପାଇଁ କମିସନ ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୯, ଜାନୁଆରି ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ପ୍ରାୟ ୭ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ଏ ଗୁଡିକ ଡିଜିଟାଇଜେସନ୍ ପରେ ଯାଞ୍ଚ କରାଯିବ। ତେବେ, ଡିଜିଟାଇଜେସନ୍ ପ୍ରସଂଗରେ କମିସନ୍ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଥିପାଇଁ ଆବଶ୍ୟକୀୟ ମଞ୍ଜୁରୀ ମିଳିନାହିଁ। ଏପରି ପରିସ୍ଥିତିରେ ଯାଞ୍ଚ ନହୋଇ ୭ ଲକ୍ଷ ନୂଆ ସତ୍ୟପାଠ ପଡ଼ିରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/CHITFUND-NEW.jpg)
/kanak/media/post_attachments/wp-content/uploads/2019/07/Chitfund-300x170.jpg)
/kanak/media/post_attachments/wp-content/uploads/2019/07/chiet-fund-300x177.jpg)