କନକ ବ୍ୟୁରୋ: ୧୨ ବର୍ଷ ହେଲା ବାଉଁଶ ପୋଲ ପାଲଟିଛି ଭରସା । ଶୁଣୁନି ପ୍ରଶାସନ । ବିରୋଧ ପାଇଁ ସଜବାଜ ହେଲେଣି ଗାଁର ଲୋକେ । ପୋଲସରା ବଡପଙ୍କଳ ପଞ୍ଚାୟତର ଚଣ୍ଡିରାମଚନ୍ଦ୍ରପୁରରେ ଗମନାଗମନ ସମସ୍ୟା । ଯିବା ଆସିବା ପାଇଁ ପ୍ରତିବର୍ଷ ଲୋକେ ବାଉଁଶ ଏକାଠି କରି ବାଘୁଆ ନଦୀ ଉପରେ ପୋଲ ତିଆରି କରୁଛନ୍ତି । ଆଉ ତାରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଛୋଟରୁ ବଡ ସମସ୍ତେ । ଘରୁ ବାହାରିଲେ ବୁଲାଣି ରାସ୍ତା । ନଦୀ ଆରପଟେ ବିଦ୍ୟାଳୟଠାରୁ ଆରମ୍ଭ କରି ବଜାର , ଜମି , ମନ୍ଦିର ସବୁ ରହିଛି । ଯାହାପାଇଁ ସମସ୍ତେ ବାଧ୍ୟ ହାଇ ବିପଦ ସଙ୍କୁଳ ଅବସ୍ଥାରେ ସେହି ପୋଲ ଉପରେ ଯିବା ଆସିବା କରୁଛନ୍ତି ।

Advertisment

ବାଘୁଆ ନଦୀ ଉପରେ ୬ ମାସ ଯାଏ ପୋଲ ରୁହେ । ହେଲେ ପୋଲ ଭାସିଯିବା ପରେ ପ୍ରଭାବିତ ହୁଅନ୍ତି ଲୋକେ । ଏପରିକି ପିଲାଙ୍କ ପାଠପଢା ବନ୍ଦ । ଏହି ସମସ୍ୟା ନେଇ ପ୍ରଶାସନଠାରୁ ଆରମ୍ଭ କରି ନେତାଙ୍କୁ ଗୁହାରି କରି ନିରାଶ ହୋଇପଡିଛନ୍ତି ଗାଁର ଲୋକମନେ । ହେଲେ ଏଯାଏ କୌଣସି ସମସ୍ୟାର ସମାଧାନ ହୋଇପାରିନି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ଗ୍ରାମବାସୀ କାଠି ହୋଇ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ।