କନକ ବ୍ୟୁରୋ: ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ୩୪ ବର୍ଷିୟ ଆଇଟି ଇଞ୍ଜିନିୟର ସାଗର ବର୍ବେଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।
ଗିରଫ ଅଭିଯୁକ୍ତ ଜଣେ ଆଇଟି ଇ୍ୟଜିନିୟର । ତାଙ୍କୁ ଗିରଫ କରାଯାଇ ଜୁନ ୧୪ ତାରିଖ ଯାଏଁ ପୁଲିସ ହେପାଜତରେ ପଠାଇଦିଆଯାଇଛି । ସୋସିଆଲ ମିଡିଆରେ ଅଭିଯୁକ୍ତ ଲେଖିଥିଲେ ଯେ, ‘ ଶରଦ ପୱାରଙ୍କର ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ଭଳି କରିଦେବୁ’ । କହିରଖୁଁ ନରେନ୍ଦ୍ର ଦାଭୋଲକର ଜଣେ ର୍ତବଦାୀ । ସେ ମହାରାଷ୍ଟ୍ର ନିର୍ମୁଲନ୍ ସମିତିର ପ୍ରତିଷ୍ଠା କରିଥିଲେ । ତାଙ୍କୁ ୨୦୧୩ ଅଗଷ୍ଟ ୨୦ ତାରିଖରେ ଅତି ବିଭିତ୍ସ ଭାବେ ହତ୍ୟା କରାଯାଇଥିଲା ।

Advertisment

ସୂଚନା ମୁତାବକ, ଅଭିଯୁକ୍ତ ଫେସବୁକ୍ ଓ ଟ୍ୱିଟରରେ ପୱାରଙ୍କୁ ହତ୍ୟା ଧମକ ଦେବା ପରେ ଝିଅ ତଥା ସାଂସଦ ପ୍ରିୟା ସୁଲେ ମୁମ୍ବାଇ ପୁଲିସରେ ଏଫଆଇଆର ଦାଏର କରିଥିଲେ । ଏହାପରେ ଉଭୟ ମୁମ୍ବାଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ।