ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ । ପ୍ରଶ୍ନ ଉଠୁଛି, କଏନ୍ କାରବାର ପଛରେ କାମ କରୁଛି କି ର‌୍ୟାକେଟ୍?

Advertisment

କନକ ବ୍ୟୁରୋ: ଓଡିଶା ମାର୍କେଟରେ କୋଲକାତା କଏନ୍ । ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ ଆଜି କୋଲକାତାରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ରୁ ୨୦ରୁ ଅଧିକ କଏନ୍ ବସ୍ତା ଜବତ କରିଛି । ଯେଉଁଥିରେ, ଲକ୍ଷାଧିକ ଟଙ୍କାର କଏନ୍ ରହିଥିଲା । ଡ୍ରାଇଭରଙ୍କ କହିବା କଥା, ବସ୍ତା ପିଛା ଦେଢ ଶହ ଟଙ୍କା ନେଇ ସେ ଏସବୁ ଖୁଚୁରା ବସ୍ତା ଆଣିଥିଲେ ଏବଂ ପ୍ରତି ୨-୪ ଦିନରେ ସେ ଏମିତି ଖୁଚୁରା ବସ୍ତା ଆଣନ୍ତି । ତେବେ ପ୍ରଶ୍ନ ଉଠୁଛି, ଓଡିଶାରେ ପ୍ରଚୁର ପରିଣାଣର କଏନ୍ ଥିବା ବେଳେ କୋଲକାତାରୁ କାହିଁକି ଆସୁଛି ଏତେ ପରିମାଣର କଏନ୍ ।

publive-image

ଓଡି଼ଶା ମାର୍କେଟରେ କୋଲକାତା କଏନ୍ । ରାଜ୍ୟକୁ ଆସୁଛି ବସ୍ତା ବସ୍ତା ଖୁଚୁରା । ପ୍ରତି ୨-୪ ଦିନରେ ଆସୁଛି ଲକ୍ଷାଧିକ ଟଙ୍କାର କଏନ୍ । କୋଲକାତାରୁ ବସରେ ଭୁବନେଶ୍ୱର ଆସୁଥିବା ୨୦ରୁ ଅଧିକ ଖୁଚୁରା ବସ୍ତାକୁ ଜବତ କରିଛି ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଂଟ ।  ବସର ଉପରେ ଓ ଭିତରେ ୨୦ରୁ ଅଧିକ ବସ୍ତା ରହିଥିଲା । ଯେଉଁଥିରେ ଥିଲା ଲକ୍ଷାଧିକ ଟଙ୍କାର ମୁଦ୍ରା ।

publive-image

ବ୍ୟାଙ୍କରେ ଗହଳି.. ଓଡିଶାର ଗାଁ ଗାଁରେ କଏନକୁ ନେଇ କଳି । ବ୍ୟବସାୟୀଙ୍କ ଠାରୁ ଗ୍ରାହକ ନେଉନାହାନ୍ତି ଆଉ ଗ୍ରାହକଙ୍କ ଠାରୁ ଗ୍ରହଣ କରୁନାହାନ୍ତି ବ୍ୟବସାୟୀ । କଏନ୍ ଅଚଳ ହୋଇଯିବା ଗୁଜବରେ ଲୋକେ ଆତଙ୍କିତ । ବର୍ଷ ବର୍ଷ ହେଲା ଘରେ କୁମ୍ପିରେ କଏନ୍ ଜମା କରୁଥିବା ଲୋକେ ଏବେ ବ୍ୟାଙ୍କରେ କଏନ୍ ଦେଇ ନୋଟ୍ ନେଉଛନ୍ତି । ଏଭଳି ସ୍ଥିତିରେ ଓଡିଶାକୁ କଏନର ଆବଶ୍ୟକତା କାହିଁକି ପଡିବ । ପ୍ର

publive-image

ଶ୍ନ ଉଠୁଛି, କୋଲକାତାରୁ ଓଡିଶାକୁ କାହିଁକି ଆସୁଛି କଏନ୍? କଏନ୍ର ବ୍ୟବହାର ହେଉଛି କେଉଁଠି? କିଏ ନେଉଛି ଏସବୁ କଏନ୍ ଏବଂ ଏତେସବୁ କଏନର କରୁଛି କଣ? କଏନ୍ କାରବାର ପଛରେ କାମ କରୁଛି କି ର‌୍ୟାକେଟ୍? ତେବେ ଜବତ ହୋଇଥିବା କଏନ୍ ବସ୍ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । କିଏ ଏବଂ କାହିଁକି ଏତେଗୁଡାଏ କଏନ୍ ଆଣୁଥିଲା ଏବଂ କୋଲକାତାରୁ କିଏ ଏହି କଏନ୍ ପଠାଇଥିଲା ତାର ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe