ବଡବଡିଆଙ୍କୁ ମାଫ୍ , ଗରିବଙ୍କ ପେଟରେ ଲାତ୍ । ଦିନମଜୁରିଆ ଶ୍ରମିକଙ୍କ ପାଖକୁ ୧.୫ କୋଟି ଟଙ୍କାର ନୋଟିସ୍ ପଠାଇଲା ଆଇଟି ବିଭାଗ , ଜାଣନ୍ତୁ କ’ଣ ରହିଛି ସମ୍ପୁର୍ଣ୍ଣ ମାମଲା ।

200

ବଡବଡିଆଙ୍କୁ ମାଫ୍ ଓ ଗରିବ ଗୁରୁବାଙ୍କ ପେଟରେ ଲାତ୍ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର କଲ୍ୟାଣରେ ଟଙ୍କା ହେରଫେରର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାକାର ବାସିନ୍ଦା ଦିହାଡୀ ଜଦୁର ଭାଉସାହେବ ଅହୀରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ମିଳିଛି । ଯେଉଁଥିରେ ତାଙ୍କୁ ଟିକସ ଆଧାରରେ ଦେଢ କୋଟି ଟଙ୍କା ପୈଠ କରିବାକୁ କୁହାଯାଇଛି । ନୋଟିସ ମୁତାବକ , ବିଗତ ବର୍ଷ ୨୦୧୭-୧୮ ପାଇଁ ୧,୦୫,୮୨,୫୬୪ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟାନ୍ୟ ଜମା ଟଙ୍କା ହିସାବରେ ଭାଉସାହେବଙ୍କୁ ୨୧ ଲକ୍ଷ ଓ ୫୬ ଲକ୍ଷ ୮୧ ହଜାର ଟଙ୍କା ପୈଠ କରିବାକୁ ପଡିବ ବୋଲି ମଧ୍ୟ ଏହି ନୋଟିସରେ ଉଲ୍ଲେଖ ରହିଛି । ଆଇଟି ତରଫରୁ ଆସିଥିବା ନୋଟିସକୁ ନେଇ ଭାଉସାହେବ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କ କହିବା ମୁତାବକ , ପେଶାରେ ସେ ଜଣେ ଶ୍ରମିକ । ତାଙ୍କୁ ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ କାମ ମିଳେ । ସେଥିରେ ତାଙ୍କ ପରିବାର ଚଳିବା ମଧ୍ୟ କଷ୍ଟକର । ମଜୁରୀ ଯାହା ମିଳେ ସେଥିରେ ସେ ତାଙ୍କ ପରିବାର ଚଳାନ୍ତି । ଏକାବେଳେ କେବେ ୧ ଲକ୍ଷ ମଧ୍ୟ ଦେଖି ନଥିବା ଭାଉସାହେବ ଦେଢ କୋଟି କିଭଳି ଜମା କରିବେ । ସେଥିନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭାଉସାହେବ କହିଛନ୍ତି , ଦୋଷୀକୁ ତୁରନ୍ତ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏଭଳି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଗୁରୁବାର ମଧ୍ୟପ୍ରଦେଶର ଜଣେ ଯୁବକଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ମିଳିଥିଲା । ଯୁବକ ଜଣଙ୍କ ହେଲେ ରବି ଗୁପ୍ତା । ଯେଉଁଥିରେ ତାଙ୍କୁ ସାଢେ ତିନି କୋଟି ଟଙ୍କା ପୈଠ କରିବାକୁ କୁହାଯାଇଛି । ରବି ମାସକୁ ୬ ହଜାର ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ତାଙ୍କୁ ଆୟକର ବିଭାଗ ପକ୍ଷରୁ ମିଳିଛି ୧୩୨ କୋଟି ଟଙ୍କାର ନୋଟିସ ।