ବିକାଶର ଡେଙ୍ଗୁରା ଭିତରେ ହତାଶ ଦେଶର ଯୁବବର୍ଗ । ଗତ ୫ବର୍ଷରେ ଟପ୍ ଆଇଟି କମ୍ପାନୀମାନେ ଛଟେଇ କରିଛନ୍ତି ୬୯ ହଜାର କର୍ମଚାରୀ

Advertisment
ବିକାଶର ଡେଙ୍ଗୁରା ଭିତରେ ହତାଶ ଦେଶର ଯୁବବର୍ଗ । ଗତ ୫ବର୍ଷରେ ଟପ୍ ଆଇଟି କମ୍ପାନୀମାନେ ଛଟେଇ କରିଛନ୍ତି ୬୯ ହଜାର କର୍ମଚାରୀ

କନକ ବ୍ୟୁରୋ : ଯୁବପିଢିଙ୍କ ମଧ୍ୟରେ ଏବେ ସବୁଠାରୁ ବଡ ସମସ୍ୟା ହେଉଛି ବେରୋଜଗାରୀ। କିଏ ନିଜ ନିଯୁକ୍ତିକୁ ନେଇ ସନ୍ତୁଷ୍ଟ ନୁଁହେ ତ କିଏ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ରୋଜଗାରର ପନ୍ଥା ପାଉ ନାହଁ।

ସରକାର ସେ ସରକାରୀ କ୍ଷେତ୍ର ହେଉ ଅବା ବେସରକାରୀ ସବୁଠାରେ ନିଯୁକ୍ତି ଆଶାୟୀଙ୍କ ଲମ୍ବା ଭିଡ । ଅନେକ ଯୋଜନାର ପରିଚାଳନା ସତ୍ୱେ ସରକାର ନିଜ ଲୋକଙ୍କୁ ଆବଶ୍ୟକ ନିଯୁକ୍ତି ସୁଯୋଗଟିଏ ମଧ୍ୟ ଯୋଗାଇ ପାରୁ ନାହାଁନ୍ତି। ଏବେ ବେସରକାରୀ କ୍ଷେତ୍ରରେ ମଧ୍ୟ ଦେଖା ଦେଇଛି ବିପଦ।

ଦେଶର ବା ନିଜ ଅଂଚଳର ବିକାଶ ପାଇଁ ସକ୍ଷମ ଯୁବପିଢିଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତାକୁ ବୋଧ ହୁଏ ନେତା ମାନେ ଏବେ ଯାଏଁ ଉପଲବ୍ଧ କରିପାରୁ ନାହଁନ୍ତି... ଆଉ ଯଦି କରୁଛନ୍ତି ତେବେ ତାହା ହୁଏତ କେବଳ ନିର୍ବାଚନ ପ୍ରତିଶ୍ରୁତିରେ ରହି ଯାଉଛି ।

ବିଗତ ବର୍ଷର ତଥ୍ୟ ଦେଖିଲେ ପ୍ରମୁଖ ପ୍ରଯୁକ୍ତି କମ୍ପାନୀ ଗୁଡିକରେ ନିଯୁକ୍ତିରେ ଯେଉଁ ହ୍ରାସ ଦେଖା ଦେଇଛି ତାହା ବେରୋଜଗାରୀ ବଢ଼ାଉଛି । ଆଗ ଏହି ଅଗ୍ରଣୀ ଆଇଟି କମ୍ପାନୀ ଗୁଡିକରେ ନବାଗତ ମାନଙ୍କ ପାଇଁ ଅନେକ ସୁଯୋଗ ରହିଥିଲା । ହେଲେ ମାର୍କେଟରେ ମାନ୍ଦାବସ୍ଥା ଓ ମାତ୍ରାଧିକ ଆବେଦନକାରିଙ୍କ ଯୋଗୁଁ ଏବେ ଆଇଟି କ୍ଷେତ୍ରରେ ଚାକିରୀ କମ ଓ ଛଟେଇ ଅଧିକ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ପ୍ରଥମ ଥର ପାଇଁ କମ ସେ କମ ୭୦ ହଜାର କର୍ମଚାରୀଙ୍କର ଛଟେଇ ହୋଇଥିବାର ଜଣା ପଡିଛି।

ଟିସିଏସ, ଏଚସିଏଲ, ୱିପ୍ରୋ ଓ ଟେକ ମହିନ୍ଦ୍ରା ପରି ପ୍ରମୁଖ ଆଇଟି କମ୍ପାନୀ ଗୁଡିକରେ ୨୦୨୩-୨୪ ସୁଦ୍ଧା ନିଯୁକ୍ତି ତୁଳନାରେ ଅଧିକ କର୍ମଚାରୀଙ୍କୁ କାଢି ଦିଆଯାଇଛି । ଗତବର୍ଷ ଡିସେମ୍ବରରୁ ଆରମ୍ଭ କରି ମାର୍ଚ୍ଚ ଯାଏଁ ଲଗାତାର ଭାବେ ଆଇଟି କମ୍ପାନୀ ଗୁଡିକ ଭାରି ସଂଖ୍ୟାରେ କର୍ମଚାରୀ ଛଟେଇ କରୁଥିବାର ଖବର ଶୁଣିବାକୁ ମିଳୁଥିଲା।

ଟିସିଏସରେ କର୍ମଚାରୀ ସଂଖ୍ୟା ୧୩,୨୪୯ କୁ କମି ଯାଇଥିବା ବେଳେ ଇନଫୋସିସରେ ୨୫,୯୯୪ କୁ ହ୍ରାସ ପାଇଛି । ୱିପ୍ରୋରେ ପାଖାପାଖି ୨୫,୫୦୦ ଲୋକଙ୍କୁ କାର୍ୟ୍ୟ ବିରତି ଦିଆଯାଇଥିବା ବେଳେ ଟେକ ମହିନ୍ଦ୍ରା ୭୦୦୦ ଲୋକଙ୍କୁ ଚାକିରିରୁ କାଢ଼ିଛି।

ଏଚସିଏଲ ହେଉଛି ଏପରି ଏକ କମ୍ପାନୀ ଯିଏ କି ଏପରି ଘଡି ସନ୍ଧି ମୁହୂର୍ତ୍ତରେ ନବ ନିଯୁକ୍ତି ଉପରେ ଧ୍ୟାନ ହେଉଛି। କମ୍ପାନୀ ଗୁଡିକ କର୍ମଚାରି ଛଟେଇ କରିବାରେ ବ୍ୟସ୍ତ ଥିବା ବେଳେ ଏଚସିଏଲ ନିଜ କମ୍ପାନୀରେ ୧୫୦୦ ଲୋକଙ୍କୁ ନୂଆ ନିଯୁକ୍ତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe