ମହଙ୍ଗା ପଡ଼ିଲା ପୋଲିସର ରାତି ଅଧିଆ ଚଢ଼ଉ, ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲେ ଏଏସଆଇ । ପୋଲିସକୁ ବାନ୍ଧିଲେ ବ୍ରହ୍ମଡିଗ୍ରୀ ଗାଁ ଲୋକେ

ମହଙ୍ଗା ପଡ଼ିଲା ପୋଲିସର ରାତି ଅଧିଆ ଚଢ଼ଉ, ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲେ ଏଏସଆଇ । ପୋଲିସକୁ ବାନ୍ଧିଲେ ବ୍ରହ୍ମଡିଗ୍ରୀ ଗାଁ ଲୋକେ

କନକବ୍ୟୁରୋ:ପୋଲିସକୁ ମହଙ୍ଗା ପଡ଼ିଲା ରାତି ଅଧିଆ ଚଢ଼ାଉ । ଅଭିଯୁକ୍ତକୁ ବାନ୍ଧିବାକୁ ଯାଇ ନିଜେ ଅଟକ ରହିଲେ ଚାନ୍ଦବାଲି ବାଂଶଡ଼ା ପୋଲିସ କର୍ମଚାରୀ । ଜଣେ ଏଏସଆଇଙ୍କ ସମେତ ୫ ଜଣ କନଷ୍ଟେବଳଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ବୁଧବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ବ୍ରହ୍ମଡିଗିରି ଗାଁରେ ଚଢ଼ାଉ କରିଥିଲା ପୋଲିସ ଟିମ୍ ।

ତେବେ ଅଭିଯୁକ୍ତ ଘର ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି କବାଟ, ଝରକା ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ପୋଲିସ ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଗ୍ରାମାବସୀମାନେ ଏସଆଇଙ୍କ ସମେତ ତାଙ୍କ ସହ ଆସିଥିବା ୫ଜଣ କନଷ୍ଟେବଳଙ୍କୁ ଅଟକ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe