କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯିବା ପରେ ଏବେ ଇଡି ଓ ଆଇଟି ଟାର୍ଗେଟରେ ୩ ଦଳର ଏକାଧିକ ନେତା ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁୁ ଗିରଫ କରାଯିବା ପରେ ଅନ୍ୟ ଦଳର ନେତାଙ୍କ ଘରେ ଚଢଉ କରିଛନ୍ତି ଉଭୟ ଆଇଟି ଓ ଇଡି । ଚେନ୍ନାଇରେ ଡିଏମକେ ସାଂସଦ ଏସ୍ ଜଗତରକ୍ଷକଙ୍କ ଅବାସରେ ମଧ୍ୟ ଆଇଟି ଛାନବିନ୍ କରିଛି । ଏହାସହ ଗୁରୁବାର ତେଲେଙ୍ଗାନା ବିଆରଏସ୍ ବିଧାୟକ ମାଙ୍ଗତି ଗୋପୀନାଥ ଓ କର୍ଣ୍ଣାଟକ ଶିବମୋଙ୍ଗାର ଡିସିସି ଚେୟାରମ୍ୟାନଙ୍କ ଘର ସହ ପାଖାପାଖି ୪୦ ସ୍ଥାନରେ ଏକକାଳୀନ ରେଡ୍ କରିଛନ୍ତି ଉଭୟ ଆଇଟି ଓ ଇଡି ।