କନକ ବ୍ୟୁରୋ: ତୁର୍କୀ ଇସ୍ତାନବୁଲ ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଇସ୍ତାନବୁଲ ପୁଲିସ କହିଛି ଆକ୍ରମଣ ଘଟଣା ପଛରେ ୩ଜଣ ବ୍ୟକ୍ତିଙ୍କ ହାତ ରହିଛି ଓ ସେଥିରେ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଦୁଇଜଣ ଯୁବକ ଆକ୍ରଣ ଘଟଣା ସମ୍ପୃକ୍ତ ଥିଲେ । ୧୩ ନଭେମ୍ବର ହୋଇଥିବା ଆକ୍ରମଣ ଘଟଣାରେ ଏବେ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ଓ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଶନିବାର ସନ୍ଧ୍ୟା ସମୟରେ ଇସ୍ତାନବୁଲର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବଡଧରଣର ବିସ୍ଫୋରଣ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଜଣେ ମହିଳା ଭିଡ ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗକୁ ଥୋଇ ଫେରାର ହୋଇଥିଲେ ଓ ଏହାର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା । ତୁର୍କୀ ଉପରାଷ୍ଟ୍ରପତି ଫୁଆତ ଓକେଟ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ଆକ୍ରମଣ ହାତ ଥିଲା ବୋଲି କହିଛନ୍ତି । ସେପଟେ ତୁର୍କୀ ସରକାର କହିଛନ୍ତି ଯେ ଉଗ୍ରବାଦୀ ସଂଗଠନ ପିକେକେ ଏହି ଆକ୍ରମଣ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/5a1c01mg_turkey-istanbul-blast_650x400_13_November_22.jpg)