ଡିନାମାଇଟରେ ବନ୍ଧ ଭାଙ୍ଗିବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ । ବିଜେପି କହିଲା, ଜାତୀୟ ସୁରକ୍ଷା ଆଇନରେ ରୁଜୁ ହେଉ ମାମଲା । ବିଜେଡିର ଜବାବ, ଅଭିଯୋଗ ପ୍ରମାଣିତ ହେବା ଆବଶ୍ୟକ ।

84

କନକ ବ୍ୟୁରୋ : ବନ୍ଧକୁ ଡିନାମାଇଟ ଲଗାଇ ଭାଙ୍ଗିବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ କରିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପି କହିଛି, ଧର୍ମଶାଳା ବିଧାୟକ ଓ ଇଞ୍ଜିନିୟର ନରେନ ଜେନାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ହେବା ଦରକାର । ସେପଟେ କଂଗ୍ରେସ କହିଛି, ଲୋକାୟୁକ୍ତଙ୍କ ନୋଟିସର କିଛି ଫଳ ମିଳିବନାହିଁ । ଜବାବରେ ବିଜେଡି କହିଛି, ଅଭିଯୋଗ ପ୍ରମାଣିତ ହେବା ଦରକାର ।

ହୋଇଛି । ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଧର୍ମଶାଳା ବିଧାୟକ ଓ ଇଞ୍ଜିନିୟର ନରେନ ଜେନାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ହେବା ଦରକାର । ପଚାଶ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନ୍ଧକୁ ପ୍ରତିବନ୍ଧିତ ଡିନାମାଇଟ ଲଗେଇ ଦେଇଛନ୍ତି । ସବୁ ତଥ୍ୟ ପ୍ରମାଣ ଦେଇ ଅଭିଯୋଗ କରିଥିଲେ କିନ୍ତୁ ସରକାର ଦୋଷୀକୁ ଘଂଟ ଘୋଡାଇବାକୁ ଚେଷ୍ଟା କଲେ । ଏବେ ଲୋକାୟୁକ୍ତ ନୋଟିସକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଲେଖାଶ୍ରୀ ।