କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଅଡିଓ ପ୍ରସଙ୍ଗ । ଭାଇରାଲ ଅଡ଼ିଓକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପ୍ରଦୀପ୍ତ । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

Advertisment

ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଜବାବ ଗୃହରେ ରଖିଛନ୍ତି ଚାନ୍ଦବାଲି ବିଧାୟକ । ବ୍ୟୋମକେଶ କହିଛନ୍ତି, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ଉକ୍ତ ଏଏସଆଇ ଜଣକ ଗରିବ ଲୋକଙ୍କୁ ହଇରାଣ କରୁଥିବାରୁ ମୁଁ ତାଙ୍କୁ ଫୋନ୍ କରିଥିଲି । ଟଙ୍କା ଆଦାୟ ସହ ଲୋକଙ୍କୁ ହଇରାଣ କରୁଥିବାରୁ ଆଇନ ତା ବାଟରେ ଯିବ ବୋଲି କହିଥିଲି । ମୋର ଅଡିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ମୁଁ ଜଣେ ବିଧାୟକ, ମଧ୍ୟବିତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାଇବାକୁ ପଡିବନି । ଏହାସହ ବିଜେପି ନେତାଙ୍କୁ ଜବାବ ଦେବାକୁ ଯାଇ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ମୟୂରଭଞ୍ଜ ବିଧାୟକଙ୍କ ମାଡି ମାରି ଗିରଫ ହୋଇଥିବା କଥା ମନେ ପକାଇଛନ୍ତି ବ୍ୟୋମକେଶ ।