କମକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିବାକୁ ରାଉରକେଲାରେ ବିରୋଧ । ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ପକ୍ଷରୁ ବିରୋଧ କରାଯାଇଛି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କମିଟିର କର୍ମକର୍ତାମାନେ ଉଦିତନଗର ପାର୍କ ନିକଟରୁ ବାହାରି ଶୋଭାଯାତ୍ରା କରିଛନ୍ତି । ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗତ ୧୪ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳ ମାନେ ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ୪୮ଘଂଟା ପରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଗଲା ବୋଲି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଯିବା ନେଇ ମନ୍ତ୍ରୀଙ୍କ ସୂଚନା ପରେ ପ୍ରଶ୍ନ ଉଠାଇଛନ୍ତିି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖିବାକୁ ମନ୍ତ୍ରୀ ଅଧିକାରୀ ନୁହନ୍ତି । କ୍ୟାବିନେଟ୍ ଥରେ ନିଷ୍ପତି ନେଇଗଲା ପରେ କ୍ୟାବିନେଟ୍ ହିଁ ସେହି ନିଷ୍ପତିକୁ ବଦଳାଇ ପାରିବ । ଏହା ରୁଲ୍ସ ଅଫ୍ ବିଜନେସ୍ । କ୍ୟାବିନେଟ୍ ନିଷ୍ପତି ନେଇଗଲା ମାନେ ଏହା ସରକାରୀ ନିଷ୍ପତି । ସ୍ଥଗିତ ରଖିବା ପାଇଁ କ୍ୟାବିନେଟ୍କୁ ଯିବାକୁ ପଡ଼ିବ ।