କନକ ବ୍ୟୁରୋ: ବିନା ଡାକ୍ତରୀ ପ୍ରେସକ୍ରିପସନରେ ଗର୍ଭନିରୋଧକ ଓ ପିଲ୍ସ ବିକ୍ରି ନକରିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ । ବିନା ଡ଼ାକ୍ତରୀ ପ୍ରେସକ୍ରିପସନରେ ଏସବୁର ବ୍ୟବହାର କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ରହୁଛି ବୋଲି ଜନସ୍ବାର୍ଥ ମାମଲାରେ ଦର୍ଶାଇଛନ୍ତି ଆବେଦନକାରୀ । ସମାଜସେବୀ ବିନ୍ଦୁଜା ଉପାଧ୍ୟାୟଙ୍କ ତରଫରୁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଗର୍ଭ ନିରୋଧକ ଓ ପିଲ୍ସ ବିକ୍ରି ନକରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।
ଗର୍ଭଧାରଣ ରୋକିବାକୁ ଗର୍ଭ ନିରୋଧକ ଓ ରୁତୁସ୍ରାବ ରୋକିବା ପାଇଁ ବ୍ୟବହାର ହେଉଥିବା ପିଲ୍ସ ବିକ୍ରି ଉପରେ କଟକଣା ଲଗେଇବା ପାଇଁ ଆବେଦନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-04-21h57m07s695.jpg)