ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରସଙ୍ଗ : ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି

ନିର୍ବାଚନ ପାଇଁ ସରଂକ୍ଷଣ ୫୦% ଭିତରେ ରହିବ

87

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଞ୍ଚାୟତ ନିର୍ବାଚନ ପାଇଁ  ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।  ଆସନ୍ତା ଫେବୃଆରୀ ମାସରେ ପଂଚାୟତ ନିର୍ବାଚନର ଅବଧି ସରୁଛି । ଗୋଟିଏ ପଟେ ଆସନ ସଂରକ୍ଷଣ ଓ ସୀମା ପୁନନିର୍ଦ୍ଧାରଣ ନିର୍ବାଚନ ପାଇଁ ବାଧକ ସାଜିଥିଲା ।

କିଛି ଦିନ ପୂର୍ବରୁ ପଂଚାୟତିରାଜ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆଉ ସୀମା ପୁର୍ନଗଠନ ହେବନି, ୨୦୧୭ ନିର୍ବାଚନରେ ଅନେକ ବଡ ପଞ୍ଚାୟତକୁ ଭାଂଗି ଛୋଟ ପଞ୍ଚାୟତ କରାଯାଇଥିଲା । ଆସନ୍ତା ସେପ୍ଟମ୍ବର ୧ରୁ ଆରମ୍ଭ ହେଉଥିବା ମୈାସୁମୀ ଅଧିବେଶନରେ ସରକାର ସଂଶୋଧନ ବିଧେୟକ ଆଣି ପଂଚାୟତ ନର୍ବାଚନ ପାଇଁ ବାଟ ଫିଟେଇବେ ବୋଲି ଅନୁମାନ କରାଯାଉଛି । ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ବିଜେପି  ରାଜ୍ୟ ଉପସଭାପତି ଭ୍ରୁଗୁ ବକ୍ସି ପାତ୍ର ।