ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଡ୍ରେସ୍ କୋଡ୍ ପ୍ରଦାନ। ଲୋକସେବା ଭବନରେ ୨ ହଜାର ମହିଳାଙ୍କୁ ଲୋଗୋ ପ୍ରଦାନ।

386

କନକ ବ୍ୟୁରୋ: ମିଶନ ଶକ୍ତି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ । ଏହି ସ୍ୱତନ୍ତ୍ର ଶାଢି ପିନ୍ଧି ବିଦ୍ୟୁତ ବିଲ ସଂଗ୍ରହ କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଟିପିସିଓଡିଏଲ ଅଧୀନରେ କାମ କରୁଥିବା ୨ହଜାର ମହିଳାଙ୍କୁ ସମାନ ରଙ୍ଗର ଶାଢି ବଣ୍ଟନ କରାଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟରର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହା ବଣ୍ଟନ କରିଛନ୍ତି ।

ଏହି ସମସ୍ତ ମହିଳା ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ କାମ କରୁଛନ୍ତି । ଗତ ୨ ବର୍ଷ ହେବ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ବିଲ ଆଦାୟ କରୁଛନ୍ତି । ଆଜିର କାର୍ଯ୍ୟକ୍ରମରେ ମହିଳାଙ୍କୁ ଡ୍ରେସ୍ କୋଡ୍,ଲୋଗୋ ପ୍ରଦାନ କରାଯାଇଛି । ମାଣିଆବନ୍ଧରେ ଏହି ସ୍ୱତନ୍ତ୍ର ଶାଢି ପ୍ରସ୍ତୁତ ହୋଇଥିବା ବେଳେ ଢେଙ୍କାନାଳ ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ କରାଯାଇଛି ।