ଭାରତର ଟ୍ରାପ ସୁଟର ରାଜେଶ୍ୱରୀ କୁମାରୀ ଗୁରୁବାର ଦିନ ବାକୁରେ ଚାଲିଥିବା ଆଇଏସଏଫ(ISSF) ବିଶ୍ୱ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଦେଶର ସପ୍ତମ ସୁଟିଂ କୋଟା ସୁରକ୍ଷିତ କରିଛନ୍ତି ।
କଡ଼ା ମୁକାବିଲା ମଧ୍ୟରେ ରାଜେଶ୍ୱରୀ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ଫାଇନାଲରେ ସେ 30 ଟି ସଟ୍ ରେ ମାତ୍ର 19 ପଏଣ୍ଟ ପାଇଥିଲେ । ମହିଳା ଟ୍ରାପ୍ ଇଭେଣ୍ଟରେ ଅଲିମ୍ପିକ୍ କୋଟା ସ୍ଥାନ ପାଇବାରେ ସଗୁନ ଚୌଧୁରୀଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ।
କାସ୍ ମୁଁ ପଦକ ଜିତି ପାରିଥାନ୍ତି
ମନଦୁଃଖ କରି ରାଜେଶ୍ଵରୀ କହିଛନ୍ତି ‘ଅଲମ୍ପିକରେ କୋଟା ପାଇ ମୁଁ ବହୁତ ଖୁସି କିନ୍ତୁ କାସ୍ ମୁଁ ପଦକ ଜିତି ପାରିଥାନ୍ତି’ ।
କ୍ଵାଲିଫାଇ ରାଉଣ୍ଡରେ 125 ରୁ 120 ପଏଣ୍ଟ
ପାଞ୍ଚ କ୍ଵାଲିଫାଇ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ରାଜେଶ୍ଵରୀ 125 ରୁ 120 ପଏଣ୍ଟ ପାଇ ଶେଷ ଛ’ ଜଣ ସୂଟର୍ ଙ୍କ ମଧ୍ୟରେ ରହିପାରିଥଲେ । ଏହି ମ୍ଯାଚରେ ଭାରତର ମନୀଷା କୀର୍ ଏବଂ ପ୍ରୀତି ରାଜକ୍ ଯଥାକ୍ରମେ 23 ତମ ଏବଂ 58 ତମ ସ୍ଥାନରେ ରହିଥିଲେ ।