କନକ ବ୍ୟୁରୋ: ମହାକାଶରେ ଭାରତର ବଡ଼ ଯୋଜନା । ନିଜର ସ୍ପେସ୍ ଷ୍ଟେସନ୍ କରିବ ଭାରତ । ଅର୍ଥାତ୍ ଅନ୍ତରୀକ୍ଷରେ ଆସ୍ଥାନ ଜମାଇବ ଭାରତ । ଚନ୍ଦ୍ରାୟନ-୨ ମିସନରେ ତାରିଖ ଧାର୍ଯ୍ୟ କରିବା ପରେ ଏହି ମହତାକାଂକ୍ଷୀ ଯୋଜନାର ସ୍ୱପ୍ନ ଦେଖାଇଛନ୍ତି ଇସ୍ରୋର ମୁଖ୍ୟ କେ. ଶିବନ । ୨୦୩୦ ମହିହାରେ ଏହି ମିଶନ୍ କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ, ଶିବନ । ସେ କହିଛନ୍ତି କି, ଭାରତ ନିଜର ମାନବ ମିଶନକୁ ନିୟମିତ କରିବାକୁ ଚାହୁଁଛି । ତେଣୁ ଇସ୍ରୋ ଏଥିପାଇଁ ମହାକାଶରେ ଏକ ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରାଯିବ  ।

Advertisment

publive-image୨୦୨୨ ସୁଦ୍ଧା ‘ଗଗନୟାନ’ ମହାକାଶକୁ ଛଡ଼ାଯିବ । ୭୫ତମ ସ୍ୱାଧିନତା ଦିବସରେ ଦେଶବାସୀଙ୍କ ଉପହାର ଦେବ ଇସ୍ରୋ । ମହାକାଶରେ ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବା ପରେ ସେଠାରେ ଭାରତର ମହାକାଶଚାରୀମାନେ କିଛି ଦିନ, ସପ୍ତାହ ଏପରିକି କିଛି ମାସ ପାଇଁ ରହିପାରିବେ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି । ୨୦ ଟନ୍ ବିଶିଷ୍ଟ ସ୍ପେସ୍ ଷ୍ଟେସନ୍ ଲଂଚ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ବିଶେଷ କରି ମାଇକ୍ରୋ ଗ୍ରାଭିଟି ପରୀକ୍ଷା ନିରୀକ୍ଷା ପାଇଁ ଏହି ସ୍ପେସ୍ ସେଂଟର କାର୍ଯ୍ୟ କରିବ । ପ୍ରାରମ୍ଭିକ ସ୍ତରରେ ମହାକାଶଚାରୀମାନେ ୧୫-୨୦ ଦିନ ଗବେଷଣା ପାଇଁ ଏଥିରେ ବ୍ୟବସ୍ଥା କରାଯିବ । ତେବେ ମାନବ ମିଶନ୍ ‘ଗଗନାୟନ’ର ସଫଳତା ପରେ ଏହି ସ୍ପେସ୍ ଷ୍ଟେସନ୍ ସଂପର୍କରେ ବିସ୍ତୃତ ବିବରଣୀ ସାମନାକୁ ଆସିବ ।

publive-image‘ଗଗନୟାନ’ ମିସନ୍ ଉପରେ ନିର୍ଭର କରୁଛି ଭାରତର ଏହି ଉଚ୍ଚଭିଳାଷୀ ଅନ୍ତରୀକ୍ଷ ଅଭିଯାନ । ଗଗନାୟନ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୨୨ରେ ମହାକାଶ ଅଭିମୁଖେ ଯାତ୍ରା କରିବ ଗଗନାୟନ । ଚନ୍ଦ୍ରାୟନ-୨ର ସଫଳ ମିଶନ ପରେ ୨୦୨୨ ସୁଦ୍ଧା ମହାକାଶକୁ ମଣିଷ ପଠେଇବାକୁ ଭାରତ ଲକ୍ଷ୍ୟ ରଖିଛି । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଦିନକୁ ନୂଆ ନୂଆ ସଫଳତା ପାଇବାରେ ଲାଗିଛି । ଗୋଟିଏ ସଫଳତା ପାଇବା ପରେ ଆଉ ଏକ ନୂଆ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥାପନ କରାଯାଉଛି । ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଘୋଷଣା କରିଛି ଯେ ଏହା ମହାକାଶରେ ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ବା ସ୍ପେଶ ଷ୍ଟେସନ ସ୍ଥାପନ କରିବ ।