ମିଶନ ଗଗନଯାନ ପାଇଁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ଋଷିଆ ସହାୟତାରେ ମସ୍କୋରେ ଇସ୍ରୋର ବୈଷୟିକ ୟୁନିଟ୍ ଖୋଲିବ ଭାରତ ।

ମିଶନ ଗଗନଯାନ ପାଇଁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ଋଷିଆ ସହାୟତାରେ ମସ୍କୋରେ ଇସ୍ରୋର ବୈଷୟିକ ୟୁନିଟ୍ ଖୋଲିବ ଭାରତ ।

image courtesy - India Today

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଋଷିଆର ରାଜଧାନୀ ମସ୍କୋରେ ଇସ୍ରୋର ବୈଷୟିକ ୟୁନିଟ୍ ଖୋଲାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରି ଦିଆଯାଇଛି ।ଆସନ୍ତା ୨୦୨୨ ସୁଦ୍ଧା ମିଶନ ଗଗନଯାନ ଜରିଆରେ ମହାକାଶକୁ ମଣିଷ ପ୍ରେରଣ ପାଇଁ ଭାରତର ଲକ୍ଷ୍ୟ ରଖିଥିବାବେଳେ ଏଥିପାଇଁ ଭାରତ ଋଷିଆର ପ୍ରଯୁକ୍ତିଗତ ସହାୟତା ଆଶା କରୁଛି ।

publive-imageଏହାଛଡା ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ମହାଶକ୍ତି ହେବାକୁ ଚାହୁଁଥିବାରୁ ନୂଆ କରି ସ୍ଥାପନ ହେବାକୁ ଥିବା ଟେକନିକାଲ ଲିଆସନିଂ ସେଣ୍ଟର ଉଭୟ ଦେଶର ମହାକାଶ ଗବେଷଣା ସଂସ୍ଥା, ମହାକାଶ ପ୍ରଯୁକ୍ତି ସଂପର୍କିତ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଯୁକ୍ତିଗତ ସହଯୋଗ ତ୍ୱରାନ୍ଵିତ ହୋଇପାରିବ । ମସ୍କୋରେ ଖୋଲିବାକୁ ଥିବା ଏହି ସେଣ୍ଟରରେ ଇସ୍ରୋର ବୈଜ୍ଞାନିକ ଓ ଅଧିକାରୀମାନେ ଡେପୁଟେସନ ଭିତ୍ତିରେ ଅବସ୍ଥାପିତ ହେବେ ଓ ପ୍ରଯୁକ୍ତିଗତ ସହଯୋଗିତା କାର୍ଯ୍ୟର ତଦାରଖ କରିବେ । କେବଳ ଋଷିଆ ନୁହେଁ, ଆମେରିକା ଓ ୟୁରୋପରେ ମଧ୍ୟ ଇସ୍ରୋ ଟେକନିକାଲ ଲିଆସନିଂ ସେଣ୍ଟର (ଆଇଟିଏଲସି) ଖୋଲିବାକୁ ଭାରତ ସରକାର ଯୋଜନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe