କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଆଜି ଭାରତର ସୂର୍ଯ୍ୟ ଅଭିଯାନ । ତେଣୁ ସାରା ବିଶ୍ୱର ନଜର ଇସ୍ରୋର ସୂର୍ଯ୍ୟ ମିଶନ୍ ଅର୍ଥାତ ଆଦିତ୍ୟ ଏଲ-୧ ଉପରେ । ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହାକୁ ଇସ୍ରୋର ଲଞ୍ଚପ୍ୟାଡରୁ ଦିନ ୧୧ଟା ୫୦ ମିନିଟରେ ଉତକ୍ଷେପଣ କରାଯିବ । ଆଦିତ୍ୟ ଏଲ-୧କୁ ଅନ୍ତରୀକ୍ଷ ଯାନ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥାପିତ କରିବ, ଯେଉଁ ସ୍ଥାନକୁ ‘ଏଲ-୧ ପଏଣ୍ଟ’ ଭାବେ ନାମିତ କରାଯାଇଛି ।

Advertisment