ସତର୍କ କଲା ଇସ୍ରୋ । ସୋସିଆଲ ମିଡିଆରେ ନାହାନ୍ତି ରକେଟ ମ୍ୟାନ୍ କେ. ଶିବନ । ନକଲି ଆକାଉଣ୍ଟରୁ ଜାରି କରାଯାଉଛି ତଥ୍ୟ

Advertisment
ସତର୍କ କଲା ଇସ୍ରୋ । ସୋସିଆଲ ମିଡିଆରେ ନାହାନ୍ତି ରକେଟ ମ୍ୟାନ୍ କେ. ଶିବନ । ନକଲି ଆକାଉଣ୍ଟରୁ ଜାରି କରାଯାଉଛି ତଥ୍ୟ

deccanchronicle.com

ଗତ ଏକ ସପ୍ତାହ ମଧ୍ୟରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କେ.ଶିବନ । ଚନ୍ଦ୍ରଯାନ-୨କୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏବେ ତାଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ଏକାଧିକ ନକଲି ଆକାଉଣ୍ଟ ତିଆରି ହୋଇଥିବା ଜଣାପଡ଼ିଛି, ଯାହା ଜରିଆରେ ଲୋକମାନେ ଲଗାତାର ଟୁଇଟ୍ କରିବାରେ ଲାଗିଛନ୍ତି । ତେବେ ବାରମ୍ବାର ଇସ୍ରୋର ମୁଖ୍ୟ କେ.ଶିବନଙ୍କ ନାଁ ଥିବା ଆକାଉଣ୍ଟରୁ ଟୁଇଟ୍ କରାଯାଉଥିବା ଦେଖି ଇସ୍ରୋ ପକ୍ଷରୁ ଅଧିକାରୀକ ଭାବେ ବୟାନ ଜାରି କରାଯାଇଛି।
ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ କରାଯାଇ ଲୋକମାନଙ୍କୁ ସତର୍କ କରାଯିବା ସହ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । କୁହାଯାଇଛି କି, ସୋସିଆଲ ମିଡିଆରେ ଇସ୍ରୋର ମୁଖ୍ୟ କେ.ଶିବନଙ୍କ ଫଟୋ ଲଗାଯାଇ ତାଙ୍କ ନାଁରେ ଅନେକ ନକଲି ଆକାଉଣ୍ଟ ତିଆରି କରାଯାଇଛି ।
କହି ରଖୁଛୁ କି, ସୋସିଆଲ ମିଡିଆରେ କେ.ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନାହିଁ। ନକଲି ଆକାଉଣ୍ଟ ଜରିଆରେ ଯାହା ବି ସୂଚନା ଦିଆଯାଉଛି, ତାହା ଉପରେ ବିଶ୍ୱାସ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe