କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତା ପରେ ଆରମ୍ଭ ହୋଇଛି ଗଗନଯାନକୁ ନେଇ ଚର୍ଚ୍ଚା । ଏହା ଭିତରେ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବ ଇସ୍ରୋ । ଏହା ଏକ ମହିଳା ରୋବଟ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତିନୋଟି ପର୍ଯ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହିଳା ରୋବଟ ନା ରହିଛି ବ୍ୟୋମମିତ୍ର  । ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ପରୀକ୍ଷଣ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି କରୋନା ପାଇଁ ମିଶନରେ ବିଳମ୍ବ ହୋଇଛି । । ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ । ପ୍ରଥମ ଡମିଟେଷ୍ଟ ପରେ ମହିଳା ରୋବଟ ପଠାଯିବ ।