ଇସ୍ରୋ ସହ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଚୁକ୍ତି ସ୍ୱାକ୍ଷର କରିବ ଭିସୁଟ୍: ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ-ଭିସୁଟ୍ ମଧ୍ୟରେ ଆଜି ହେବ ଏମଓୟୁ

ମହାକାଶ ଗବେଷଣା ପାଇଁ ମିଳିତ ଭାବେ କରିବେ କାମ

244

କନକ ବ୍ୟୁରୋ: ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ ମଧ୍ୟରେ ଆଜି ଏକ ଏମ୍ଓୟୁ ସ୍ୱାକ୍ଷାରିତ ହେବ । ଅନ୍ଲାଇନରେ ହେବାକୁ ଥିବା ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍ କୁଳପତି ଅଟଳ ଚୌଧୁରୀ ସମେତ ଉଭୟ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଗବେଷଣା ପାଇଁ ଇସ୍ରୋ ଦେଶର କୌଶସି ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିବାରେ ଏହା ପ୍ରଥମ ଘଟଣା ହେବ ।