ବୈଜ୍ଞାନିକଙ୍କୁ ଏ କିଭଳି ସମ୍ମାନ? ଚନ୍ଦ୍ରାୟନ-୨ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟିବେ କେନ୍ଦ୍ର ସରକାର

Advertisment
ବୈଜ୍ଞାନିକଙ୍କୁ ଏ କିଭଳି ସମ୍ମାନ? ଚନ୍ଦ୍ରାୟନ-୨ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟିବେ କେନ୍ଦ୍ର ସରକାର

କନକ ବ୍ୟୁରୋ: ଗୋଟିଏ ପଟେ ଯେଉଁଠି ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରାୟନ-୨ର ଲଞ୍ଚିଂ ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଦେଶର ନାଁ ଉଚ୍ଚ କରିବାକୁ ଦିନ ରାତି ଏକ କରି ଦେଇଛନ୍ତି । ଅନ୍ୟପଟେ ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଜୁନ ୧୨ ତାରିଖରେ ଜାରି ଏକ ଆଦେଶରେ କେନ୍ଦ୍ର ସରକାର କହିଛନ୍ତି, ଇସ୍ରୋ ବୈଜ୍ଞାନିକ ଓ ଇଂଜିନିୟରଙ୍କୁ ୧୯୯୬ରେ ମିଳିଥିବା ଦୁଇଟି ଅତିରିକ୍ତ ବେତନ ବୃଦ୍ଧିକୁ ବନ୍ଦ କରିଦିଆଯିବ ।

publive-image

ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ, ଜୁଲାଇ ୧ ତାରିଖରୁ ଏହି ବୈଜ୍ଞାନିକମାନଙ୍କୁ ମିଳୁଥିବା ଏହି ପ୍ରୋତ୍ସାହନ ରାଶି ବନ୍ଦ କରିଦିଆଯିବ । ଫଳରେ ଇସ୍ରୋରେ କାମ କରୁଥିବା ଡି, ଇ, ଏଫ ଓ ଜି ଶ୍ରେଣୀର ବୈଜ୍ଞାନିକଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ । ଇସ୍ରୋରେ ପାଖାପାଖି ୧୬ ହଜାର ବୈଜ୍ଞାନିକ ଏବଂ ଇଂଜିନିୟର କାର୍ଯ୍ୟରତ । ହେଲେ ସରକାରଙ୍କ ଏହି ନିଷ୍ପତି ଯୋଗୁଁ ପାଖାପାଖି ୮୫ରୁ ୯୦ ପ୍ରତିଶତ ଉଭୟ ବୈଜ୍ଞାନିକ ଏବଂ ଇଂଜିନିୟରଙ୍କ ଦରମାରୁ ୮ରୁ ୧୦ ହଜାର କାଟି ଦିଆଯିବ । କାହିଁକି ନା ଅଧିକାଂଶ ବୈଜ୍ଞାନିକ ଏହି ଶ୍ରେଣୀରେ ଆସୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବୈଜ୍ଞାନିକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

publive-image

ଏଠାରେ ଆମେ କହି ରଖୁଛୁ କି, ବୈଜ୍ଞାନିକଙ୍କୁ ପ୍ରୋତ୍ସାହିତ କରିବା ପାଇଁ , ଇସ୍ରୋ ପ୍ରତି ସେମାନଙ୍କୁ ଆକର୍ଷିତ କରିବା ପାଇଁ ଏବଂ ସଂସ୍ଥା ନଛାଡି ଯିବା ପାଇଁ ୧୯୯୬ରୁ ଏହି ପ୍ରୋତ୍ସାହନ ରାଶି ଆରମ୍ଭ ହୋଇଥିଲା । ଯାହାକୁ ବର୍ତ୍ତମାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି କି, ଷଷ୍ଠ ବେତନ ଆୟୋଗର ସୁପାରିସକୁ ଆଧାର କରି ଉଭୟ ଅର୍ଥ ମନ୍ତ୍ରାଳୟ ଏବଂ ବ୍ୟୟ ବିଭାଗ ପକ୍ଷରୁ ମହାକାଶ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି କି ଏହି ପ୍ରୋତ୍ସାହନ ରାଶିକୁ ବନ୍ଦ କରନ୍ତୁ । ଏବଂ ତା ସ୍ଥାନରେ ବର୍ତ୍ତମାନ କେବଳ ପିଆରଆଇଏସ ସ୍କିମ ଲାଗୁ କରାଯିବ । ତେବେ ଏ ଯାବତ୍ ଇସ୍ରୋ ନିଜର ବୈଜ୍ଞାନିକଙ୍କୁ ଉଭୟ ପ୍ରୋତ୍ସାହିତ ରାଶି ଏବଂ ପିଆରଆଇଏସ ସ୍କିମର ସୁବିଧା ଦେଇରଖୁଥିଲା । ମାତ୍ର ଏବେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି କି, ଅତିରିକ୍ତ ଦରମା ଭାବେ ଦିଆଯାଉଥିବା ଏହି ପ୍ରୋତ୍ସାହିତ ରାଶି ଜୁଲାଇ ପହିଲା ତଥା ଜୁଲାଇ ୧ ତାରିଖରୁ ବନ୍ଦ କରିଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe