ଇସ୍ରୋକୁ ବଡ ସଫଳତା: ଏଣିକି ଦୁଇ ବର୍ଷ ଧରି ଚନ୍ଦ୍ରରେ ଚକ୍କର କାଟିବ କୃତ୍ରିମ ଉପଗ୍ରହ

Advertisment
ଇସ୍ରୋକୁ ବଡ ସଫଳତା: ଏଣିକି ଦୁଇ ବର୍ଷ ଧରି ଚନ୍ଦ୍ରରେ ଚକ୍କର କାଟିବ କୃତ୍ରିମ ଉପଗ୍ରହ

କନକ ବ୍ୟୁରୋ: ଚନ୍ଦ୍ରୟାନ୍ -୨ର ସଫଳ ପ୍ରକ୍ଷେପଣ ପରେ ଭାରତବାସୀ ସେହି ସୁବର୍ଣ୍ଣ ମୁହୂର୍ତ୍ତର ଅପେକ୍ଷାରେ ରହିଛନ୍ତି ଯେଉଁଦିନ ଏହି ସ୍ୱଦେଶୀ ଯାନ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରି ଚନ୍ଦ୍ରର ଦକ୍ଷିଣ ଧୃବରେ ପହଞ୍ଚିବ। ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ୍ -୨ ସଙ୍ଗେ ଏକ କୃତ୍ରିମ ଉପଗ୍ରହ ମଧ୍ୟ ପଠାଯାଇଛି ଯାହା ଚନ୍ଦ୍ର ଚାରିପଟେ ପରିକ୍ରମା କରିବ ଏବଂ ରୋବର/ଇସ୍ରୋ ମଧ୍ୟରେ ସଂପର୍କ ଯୋଡ଼ି ରଖିବ। ଇସ୍ରୋ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଥିଲା ଯେ ଏହି କୃତ୍ରିମ ଉପଗ୍ରହ ଏକବର୍ଷ ପର‌୍ୟ୍ୟନ୍ତ ଚନ୍ଦ୍ରର ଚାରିପଟେ ଚକ୍କର ଲଗାଇବ କିନ୍ତୁ ବର୍ତ୍ତମାନ ଏହା ବର୍ଷେ ବଦଳରେ ଦୁଇବର୍ଷ କାମ କରିପାରେ ବୋଲି ଅନୁମାନ ଲଗାଯାଉଛି।

publive-image

ଚନ୍ଦ୍ରୟାନ୍ -୨ ମିଶନ୍ ସହ ଜଡ଼ିତ ଥିବା ୫ ଜଣ ଅଧିକାରୀଙ୍କ କହିବାନୁସାରେ ପୂର୍ବରୁ ବର୍ଷେ ପର‌୍ୟ୍ୟନ୍ତ କୃତ୍ରିମ ଉପଗ୍ରହ କାର‌୍ୟ୍ୟ କରିବ ବୋଲି ଜଣାପଡୁଥିଲା କିନ୍ତୁ ଏବେ ଏହାର ବୟସ ବଢ଼ି ୨ ବର୍ଷ ହୋଇଥିବା କଥା ଜଣାପଡୁଛି। ଜଣେ ଅଧିକାରୀଙ୍କ କହିବାନୁସାରେ ଚନ୍ଦ୍ରୟାନ୍ -୧ ର ପାୱାର କନଭଟରରେ ସମସ୍ୟା ଦେଖାଯିବାରୁ ଏହାର ଜୀବନକାଳ କମିଯାଇଥିଲା କିନ୍ତୁ ଚନ୍ଦ୍ରୟାନ୍ -୨ ରେ ଏହି ତ୍ରୁଟିକୁ ସୁଧରା ଯାଇଛି। ଅସଲ କଥା ହେଉଛି ଏହି କୃତ୍ରିମ ଉପଗ୍ରହ କେତେ ସମୟ ଧରି ଚନ୍ଦ୍ରମାର ପରିକ୍ରମା କରିପାରିବ ଏହା କେବଳ ବଳକା ଥିବା ଇନ୍ଧନ ହିଁ କହିପାରିବ।
ପ୍ରକ୍ଷେପଣ ସମୟରେ କୃତ୍ରିମ ଉପଗ୍ରହରେ ୧୬୯୭ କିଲୋଗ୍ରାମ୍ ଇନ୍ଧନ ଥିଲା। ଏହାପରେ ୨ ଥର ଚନ୍ଦ୍ରୟାନ୍ -୨ ର କକ୍ଷ ମଧ୍ୟ ବଦଳାଇ ଦିଆଯାଇଛି। ଯେଉଁଥିରେ ଇନ୍ଧନ ମଧ୍ୟ ଖର୍ଚ୍ଚ ହୋଇଛି। ଶନିବାର କୃତ୍ରିମ ଉପଗ୍ରହରେ ୧୫୦୦ କିଲୋଗ୍ରାମରୁ ଅଧିକ ଇନ୍ଧନ ବଳକା ଥିଲା। ମିଶନ୍ ସହ ଜଡ଼ିତ ଥିବା ଜଣେ ବୈଜ୍ଞାନିକ କୁହନ୍ତି ଭଲ ଉପାୟରେ ପ୍ରକ୍ଷେପଣ ହୋଇଥିବାରୁ ୪୦ କିଲୋ ଇନ୍ଧନକୁ ବଞ୍ଚାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe