କନକ ବ୍ୟୁରୋ: ଭାରତୀୟ ମହକାଶ ଗବେଷଣା ସଂସ୍ଥାନ ଇସ୍ରୋ ପୃଥିବୀର ଅନେକ ସୁନ୍ଦର ଫୋଟ ସେୟାର କରିଛି । ହଜାର ହଜାର କିଲୋମିଟର ଦୂରରୁ ଭାରତର ଫଟୋ ବେଶ ସୁନ୍ଦର ଦେଖାଯାଉଛି । ଆପଣ ମଧ୍ୟ ଏହି ଫଟୋ ଦେଖିବା ପରେ ନିହାତି ଖୁସି ହେବେ ।
(1/2) Global False Colour Composite mosaic generated by NRSC/ISRO using images from Ocean Colour Monitor on EOS-06
Mosaic with 1 km spatial resolution combines 2939 images after processing 300 GB of data to show Earth as seen during Feb 1-15, 2023. pic.twitter.com/YLwcpfVfPT
— ISRO (@isro) March 29, 2023
ଇସ୍ରୋ ନିଜର ଆର୍ଥ ଅବଜରଭେସନ ସାଟେଲାଇଟ(ଇଓଏସ-୬) ସାହାଯ୍ୟରେ ପୃଥିବୀର ଫଟୋ ଉତ୍ତୋଳନ କରିଛି । ଇସ୍ରୋର ଏହି ସାଟେଲାଇଟ ଓସେନସେଟ-୩ ନାମରେ ବେଶ ପରିଚିତ । ସାଟେଲାଇଟରୁ ମିଳୁଥିଲା ତଥ୍ୟ ଆଧାରରେ ହାଇଦ୍ରାବାଦ ସ୍ଥିତ ଇସ୍ରୋର ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟରରେ ସମସ୍ତ ତଥ୍ୟ ପ୍ରସ୍ତୁତ ହୋଇଥାଏ ।
ଇସ୍ରୋ ୪ଟି ଭିନ୍ନ ଭିନ୍ନ ଫଟୋ ଚାରିପଟୁ ଉତ୍ତୋଳନ କରିଛି । ଏଥିରୁ ଗୋଟିଏ ଫଟୋରେ ଭାରତ ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିଭଳି ପୃଥିବୀର ଅନ୍ୟ ପାଶ୍ୱର୍ ମଧ୍ୟ ଏଥିରେ ସ୍ପଷ୍ଟ ଦେଖାଯାଉଛି । ସାଟେଲାଇଟରୁ ନିଆଯାଇଥିବା ଫଟୋ ଗୁଡିକ ଉପରେ ଅନବୋର୍ଡ ଓସେନ କଲର ମିନିଟରର ପ୍ରୟୋଗ କରାଯାଇଥିଲା ।