ଚନ୍ଦ୍ରରେ ଥିବା ବିଶାଳ ଗର୍ତ୍ତର ଫଟୋ ପଠାଇଲା ଚନ୍ଦ୍ରଯାନ୍ -୨ ! ଭାରତୀୟ ବୈଜ୍ଞାନିକଙ୍କ ନାଁ ଅନୁସାରେ ରହିଛି ଗୋଟିଏ ଗର୍ତ୍ତର ନାଁ ।

ଚନ୍ଦ୍ରରେ ଥିବା ବିଶାଳ ଗର୍ତ୍ତର ଫଟୋ ପଠାଇଲା ଚନ୍ଦ୍ରଯାନ୍ -୨ ! ଭାରତୀୟ ବୈଜ୍ଞାନିକଙ୍କ ନାଁ ଅନୁସାରେ ରହିଛି ଗୋଟିଏ ଗର୍ତ୍ତର ନାଁ ।

ଚନ୍ଦ୍ରର ଚକ୍କର କାଟୁଥିବା ଚନ୍ଦ୍ରଯାନ୍ -୨ ପୁଣିଥରେ ଚନ୍ଦ୍ରର କିଛି ଫଟୋ ପଠାଇଛି , ଯେଉଁଥିରେ ଅନେକ ଗର୍ତ୍ତ (କ୍ରେଟର୍) ଦେଖାଦେଇଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସୋମବାର ଚନ୍ଦ୍ରର କିଛି ଫଟୋ ପଠାଇ କହିଥିଲେ , ଚନ୍ଦ୍ରଯାନ୍ -୨ ଚନ୍ଦ୍ରରୁ କିଛି ଫଟୋ ପଠାଇଛି । ସୋମରଫେଲ୍ଡ , କିର୍କବୁଡ୍ , ଜେକ୍ସନ୍ ,ମାକ୍ ,କୋରୋଲେବ୍ ,ମିତ୍ରା ,ପ୍ଲାସକେଟ୍ , ରୋଝଦେସ୍ତବେସ୍କୀ ଏବଂ ହର୍ମାଇଟ୍ ନାମକ ବିଶାଳ ଗାତର ଫଟୋ ଚନ୍ଦ୍ରମାରୁ ନିଆଯାଇଛି ।

ତେବେ ଏହି ବିଶାଳ ଗର୍ତ୍ତର ନାଁ ମହାନ୍ ବୈଜ୍ଞାନିକଙ୍କ ନାଁ ଅନୁସାରେ ରଖାଯାଇଛି । ଅନ୍ତରୀକ୍ଷ ଯାତ୍ରୀ ଏବଂ ଭୌତିକ ବୈଜ୍ଞାନିକଙ୍କ ନାଁ ଅନୁସାରେ ଏହି ଗର୍ତ୍ତର ନାମ ରଖାଯାଇଛି । ମିତ୍ରାଗର୍ତ୍ତର ନାଁ ଭାରତୀୟ ଭୌତିକ ବୈଜ୍ଞାନିକ ତଥା ପଦ୍ମ ଭୁଷଣ ସମ୍ମାନ ପ୍ରାପ୍ତ ପ୍ରଫେସର୍ ଶିଶିର୍ କୁମାର୍ ମିତ୍ରାଙ୍କ ନାଁ ଅନୁସାରେ ରଖାଯାଇଛି । ପ୍ରଫେସର ମିତ୍ରାଙ୍କୁ ଆୟନମଣ୍ଡଳ ଏବଂ ରେଡିଓଫିଜିକ୍ସ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜଣାଯାଉଛି । ଅନ୍ତରୀକ୍ଷ ଏଜେନ୍ସୀର କହିବାନୁସାରେ , ଚନ୍ଦ୍ରର ଏହି ଫଟୋ ଅଗଷ୍ଟ ୨୩ ତାରିଖ ଚନ୍ଦ୍ରଯାନ୍ -୨ ର ଟେରେନ୍ ମେପିଙ୍ଗ୍ କ୍ୟାମେରା-୨ ଦ୍ୱାରା ୪୩୭୫ କି.ମି. ଉଚ୍ଚତାରୁ ଉତ୍ତୋଳନ କରାଯାଇଛି । ଏହାପୂର୍ବରୁ ପ୍ରଥମ ଫଟୋକୁ ଅଗଷ୍ଟ ୨୨ ତାରିଖରେ ଜାରି କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe