ଇସ୍ରୋ ପକ୍ଷରୁ RISAT-2B ସାଟେଲାଇଟ୍ ଲଞ୍ଚ୍ ! ସୀମାରେ ତୀକ୍ଷ୍ଣନଜର ରଖିବା ସାଙ୍ଗକୁ ଆତଙ୍କବାଦୀଙ୍କ ପ୍ରବେଶକୁ ରୋକିବାରେ ସହାୟକ ହେବ ଏହି ସାଟେଲାଇଟ୍ ।

114

ଭାରତୀୟ ଅନ୍ତରାକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ତରଫରୁ ଶ୍ରୀ ହରିକୋଟାରୁ ସତୀଷ୍ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLVC46 ଲଞ୍ଚ୍ କରିଛନ୍ତି । ଅନ୍ୟପକ୍ଷରେ PSLVC46 ର ସଫଳତାପୂର୍ଣ୍ଣ RISAT-2B ରାଡାର ପୃଥିବୀ ଅବଲୋକନ ସାଟେଲାଇଟ୍ କୁ ୫୫୫ କି.ମି. ଉଚ୍ଚତା ବିଶିଷ୍ଟ ଲୋ ଆର୍ଥ ଅର୍ବିଟ୍ ରେ ଇଞ୍ଜେକ୍ଟ କରାଗଲା । ପିଏସଏଲବୀର ଏହା ୪୮ ତମ ଉଡାଣ ଥିବା ବେଳେ ରିସେଟ୍ ସାଟେଲାଇଟ୍ ସିରିଜ୍ ର ଏହା ଚତୁର୍ଥ ସାଟେଲାଇଟ୍ ଅଟେ । ଏହି ସାଟେଲାଇଟ୍ ଗୁଇନ୍ଦା ନଜର , କୃଷି, ଜଙ୍ଗଲ ଏବଂ ବ୍ୟକ୍ତିଗତ ପ୍ରବନ୍ଧନ ସହଯୋଗ କରିବା ଭଳି କ୍ଷେତ୍ର ପାଇଁ ସହାୟକ ହେବ ।

RISAT-2B ସାଟେଲାଇଟ୍ ର ବ୍ୟବହାର ଯେକୌଣସି ଋତୁରେ କରାଯାଇପାରିବ । ଏହି ସାଟେଲାଇଟ୍ ସହ ସିନ୍ଥେଟିକ୍ ଅପର୍ଚର ରାଡାର (ସାର୍) ଇମେଜର୍ ପଠାଯାଇଛି । ଏଥିରେ ସଞ୍ଚାର ସେବା ନିରନ୍ତର ରହି । ଏହାପୂର୍ବରୁ ମଙ୍ଗଳବାର ଇସ୍ରୋ ଚେୟାରମ୍ୟାନ୍ କେ.ଶିବନ୍ ତିରୁପତି ତିରୁମଲା ମନ୍ଦିର ଯାଇ ପୂଜା କରିଥିଲେ । ଇସ୍ରୋର ପରମ୍ପରା ଅନୁସାରେ କିଛି ଲଞ୍ଚ୍ ହେବା ପୂର୍ବରୁ ତିରୁପତିର ତିରୁମଲା ମନ୍ଦିର ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ ପୂଜା କରାଯାଏ ।