ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’, ମହାକାଶରୁ ଶତ୍ରୁ ଉପରେ ରଖିବ କଡା ନଜର ।

Advertisment
ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’, ମହାକାଶରୁ ଶତ୍ରୁ ଉପରେ ରଖିବ କଡା ନଜର ।

କନକ ବ୍ୟୁରୋ : ଇସ୍ରୋ ରଚିଲା ଇତିହାସ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍ ୩’ । ପିଏସଏଲଭି-ସି-୪୨ ରକେଟ୍ ଜରିଆରେ ଛଡାଗଲା ଉପଗ୍ରହ । ୨୭ ମିନିଟରେ ଅରବିଟରେ ପହଞ୍ଚିବ ୧୪ଟି ଉପଗ୍ରହ । ଆମେରିକାର ୧୩ଟି ନାନୋ ଉପଗ୍ରହର ଉତକ୍ଷେପଣ ।

ପ୍ରତିରକ୍ଷା ଦୃଷ୍ଟିରୁ କାର୍ଟୋସାଟ୍ ୩ ଉପଗ୍ରହ ଭାରତୀୟ ସେନା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ରହିବ । କାରଣ କାର୍ଟୋସାଟ୍ ୩ ଉପଗ୍ରହରେ ଅତ୍ୟନ୍ତ ଶକ୍ତିଶାଳୀ କ୍ୟାମେରା ଖଂଜା ଯାଇଛି । ଏହି କ୍ୟାମେରା ଜରିଆରେ ମହାକାଶରୁ ମାଟିରୁ ଗୋଟିଏ ଫୁଟ ଉଚ୍ଚ ଯାଏଁ ଫଟୋ ନିଆଯାଇ ପାରିବ । ଏହି ଫଟୋରୁ ସମସ୍ତ ଜିନିଷକୁ ଅତି ସ୍ପଷ୍ଟ ଭାବରେ ଦେଖାଯାଇପାରିବ ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ଆଜି ଯାଏଁ କୌଣସି ଦେଶ ମହାକାଶକୁ ଏତେ ଶକ୍ତିଶାଳୀ କ୍ୟାମେରା ଉପଗ୍ରହରେ ପଠାଇ ନାହିଁ । ପିଏସଏଲଭି ସି ୪୭ ଉପଗ୍ରହକୁ ଏହାର କକ୍ଷ ପଥରେ ପହଁଚାଇବ । ପିଏସଏଲଭି ସି ୪୭ର ଓଜନ ରହିଛି ୧୬ ଶହ ୨୫ କେଜି । ପାଣିପାଗ ସହିତ ବିପର୍ଯ୍ୟୟ ସମୟରେ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଉଛି । କାର୍ଟୋସାଟ୍ ୩ ଉପଗ୍ରହ ମହାକାଶରେ ୫ ବର୍ଷ ପାଇଁ ସେବା ଯୋଗାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe